ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ କଳାକୃତି, ଗଢିଲେ ୨ଏମ୍ ଏମ୍ ଉଚ୍ଚତାର ଜଗନ୍ନାଥ ମୂର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍):  ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ ସଫଳତା ।  ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ।  ଗଢିଲେ ବିଶ୍ଵର ସବୁଠାରୁ ଛୋଟ ଜଗନ୍ନାଥ ମୂର୍ତ୍ତି । ଯାହାର ଉଚ୍ଚତା ମାତ୍ର ୨ଏମ୍ ଏମ୍ ।

ପୂର୍ବରୁ ୧ ସେମିର ଜଗନ୍ନାଥଙ୍କ ମୂର୍ତ୍ତି କରି ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା । ଏହି ରେକର୍ଡ ଆସିବା ପରେ ବହୁତ ଖୁସି ସତ୍ୟ। ପୂର୍ବରୁ ଅନେକ କଳାକୃତି କରି ଅନେକ ରେକର୍ଡ ଓ ସୁନାମ ଅର୍ଜନ କରିଛନ୍ତି । ୧ ଏମ.ଏମର ରଥ ତାଙ୍କର ଏକ ବିରଳ କଳା କୃତି ।

ସତ୍ୟ କୁହନ୍ତି ଏ ସବୁ ସମ୍ଭବ କେବଳ ଜଗନ୍ନାଥଙ୍କ ମହିମା ପାଇଁ। ଆଗକୁ ଲକ୍ଷ ୧ ଏମ୍ ଏମର ଜଗନ୍ନାଥ ମୂର୍ତ୍ତି ଗଢି ରେକର୍ଡରେ ସ୍ଥାନ ପାଇବେ। ଆଉ କିଛି ଦିନରେ ଏହି ରେକର୍ଡ ପୂରା ହେବ ବୋଲି ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.