Below header

ଅପରିବର୍ତ୍ତିତ ରହିବେ ଓଡିଶା ପିସିସି, ଇସ୍ତଫା ଅଗ୍ରାହ୍ୟ କଲା AICC

ପିସିସି ସଭାପତି ରହିବେ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଅଗ୍ରାହ୍ୟ କଲା AICC । ସେହିପରି କାର୍ଯ୍ୟକାରୀ ସଭାପତି ମଧ୍ୟ ଅପରିବର୍ତ୍ତିତ ରହିବେ । ତେବେ ନିର୍ବାଚନ ପୂର୍ବରୁ ଗଠିତ କମିଟିକୁ ଭଙ୍ଗ କରାଯାଇଛି । ୧୯ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଥିଲା । ଦଳ ମାତ୍ର ୯ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା । ଏହାପରେ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ । ତେବେ ଇସ୍ତଫା ପତ୍ର ଗୃହୀତ ହୋଇନଥିଲା । ଏହାକୁ ଏଆଇସିସି ଅଗ୍ରାହ୍ୟ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.