ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ରେଜଲ୍ଟ ବାହାରିବ । CHSE କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦିଆଯାଇଛି ।
ଚଳିତବର୍ଷ କଳାରେ ୨ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଗତ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଥିଲା । ପୂର୍ବ ବର୍ଷ ତୁଳନାରେ ଏବର୍ଷ ଭଲ ରେଜଲ୍ଟ ହୋଇଛି । କରୋନା ଯୋଗୁ ଦୁଇ ବର୍ଷ ପରେ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।