ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ ହଜାର ୨୩୮ ନୂଆ ପଜିଟିଭ୍‌ ଚିହ୍ନଟ, ୧୯ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣର ସର୍ବକାଳୀନ ରେକର୍ଡ । ଗତ ୨୪ ଘଣ୍ଟାରେ ୧୨ ହଜାର ୨୩୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ । ସୁନ୍ଦରଗଡ଼ରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୨ ହଜାର ୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରେ ୧୮ ଶହ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ୯୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରେ ୫୮୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡ଼ରେ ୪୭୫, ବାଲେଶ୍ୱରରେ ୪୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ୩୨ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୮ ଜିଲ୍ଲାରୁ ୩୩ ପ୍ରତିଶତ ମାମଲା ଆସିଥିବା ବେଳେ ଅନ୍ୟ ୨୦ ଜିଲ୍ଲାରୁ ୩୫ ପ୍ରତିଶତ କେସ୍‌ ଆସିଛି । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ରେ ପହଂଚିଛି । ଆକ୍ଟିଭ୍‌ କେସ୍‌ ୮୬ ହଜାର ୯୫୦ ଥିବାବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୨୩ ହଜାର ୨୫୭ । ମୋଟ ମୃତ୍ୟୁସଂଖ୍ୟା ୨୧୪୦ରେ ପହଂଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.