ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା, କ୍ଷୀର ଓ ଆମିଷ କିଣିଛନ୍ତି ଲୋକ ।

ଏହାପରେ ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ । କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଚାଲିଛି । ବାହାରକୁ ବାହାରୁଛନ୍ତି ଅନୁମତି ଥିବା ଲୋକ । ଯିଏ ନିୟମ ଭାଙ୍ଗୁଛି ତାକୁ ଧରୁଛି ପୋଲିସ । ମହାମାରୀ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ୧୪ ଦିନିଆ ଲକଡାଉନ୍‌ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.