ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗରୁ ୧୮ ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରାଜ୍ୟରେ ୨୦୦ ଟପିଛି ସଂକ୍ରମିତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୮ ଜଣ ୧୮ ବର୍ଷରୁ କମ୍ ଥିବା ଜଣାଯାଇଛି।

ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଥାଉକି, ଗତକାଲି ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.