ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୫ ନୂଆ ପଜିଟିଭ କେସ, ଜୀବନ ହାରିଲେ ୩ ଆକ୍ରାନ୍ତ

 ଭୁବନେଶ୍ୱର (କେ ନ୍ୟୁଜ); ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୧୩୯ ଜଣ କୱାରେଣ୍ଟିନ ସେଣ୍ଟରର ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୦୬ ଜଣ । ଆଜିର ଚିହ୍ନଟଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଥିବା ବେଳେ ୩୨ ଜଣଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ଅନୁଗୁଳ ଜିଲ୍ଲା । ଯେବେକି ଷ୍ଟେଟ ପୁଲରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କହିରଖିବା ଉଚିତ ହେବକି, ଏଯାବତ ୬ କୋଟି ୯୭ ଲକ୍ଷ ୬ ହଜାର ୧୦୮ ଟି ନମୁନା ଟେଷ୍ଟ ହୋଇଥିବା ବେଳେ ସେମଧ୍ୟରୁ ୩ ଲକ୍ଷ ୨୯ ହଜାର ୮୬୬ ଟି ପଜିଟିଭ କେଶ ରହିଛି ।

ସେମଧ୍ୟରୁ ୩ ଲକ୍ଷ ୨୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୫୦୫ ଟି ଆକ୍ଟିଭ କେଶ ରହିଛି । ଗତ ୨୪ ଘଣ୍ଟା ଭିତରେ ୩୨୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୩ ଜଣଙ୍କ ଜୀବନ ନେଇସାରିଛି ମାରାତ୍ମକ କରୋନା ଭାଇରସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.