Below header

ନୂଆବର୍ଷରେ ସମସ୍ତଙ୍କ ମୁହଁ କରନ୍ତୁ ମିଠା, ଆଜି ଘରେ ବନାନ୍ତୁ ଚକୋଲେଟ ରସମଲାଇ

ଆଜି ନୂତନ ବର୍ଷର ପ୍ରଥମ ଦିନ। ଆଉ ଏହି ଦିନରେ ଏମିତି କୁହାଯାଏ ଯେ ଏହି ଦିନ ଯଦି ଭଲରେ ଯାଏ, ତାହେଲେ ପୂରା ବର୍ଷ ଭଲରେ କଟିଯିବ। ଏମିତିରେ ଆଜିର ଦିନରେ ଜଣେ ଜଣଙ୍କୁ ମିଠା ଖୁଆଇ ମୁହଁ ମିଠା କରନ୍ତି, ଯାହାଦ୍ୱାରା ଖୁସି ଚିରଦିନ ପାଇଁ ରହିବ। ତେଣୁ ଏଥିପାଇଁ ଆଜିର ଏହି ଖାସ୍‌ ଦିନରେ ଆମେ ଆପଣଙ୍କ ପାଇଁ ଚକୋଲେଟ୍‌ ରସମଲାଇ ନେଇ ଆସିଛୁ। ଯାହା ସବୁଠାରୁ ହଟକେ ଏବଂ ସମସ୍ତଙ୍କୁ ପସନ୍ଦ ଆସିବ ମଧ୍ୟ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

  • ୧୦ଟି ଛେନା ରସଗୋଲା
  • ଅଧା କପ୍‌ କଣ୍ଡେସଡ୍‌ ମିଲ୍କ
  • ଏକ କପ୍‌ କ୍ଷୀର
  • ୪ ଚାମଚ ଭାନିଲା ଆସେନ୍ସ
  • ଅଳ୍ପ କଟା ବାଦାମ ଏବଂ ପିସ୍ତା

ପ୍ରସ୍ତୁତି ପ୍ରଣାଳୀ

  • ହାତରେ ଦବାଇ ରସଗୋଲାରୁ ସମସ୍ତ ରସ ବାହାରି କରିଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହା ନଫାଟେ।
  • ପ୍ୟାନରେ କ୍ଷୀର ଗରମ କରି ଭାନିଲା ଆସେନ୍ସ ଏବଂ କୋକୋ ପାଉଡର ପକାଇ ଲଗାତର ଚଲାଇ ଧୀମା ଆଞ୍ଚରେ ଫୁଟାନ୍ତୁ।
  • କ୍ଷୀର ଗାଢ଼ା ହେବା ପରେ ଆଞ୍ଚରୁ ବାହାର କରିଦିଅନ୍ତୁ।
  • ପୁର୍ନବାର ଆଞ୍ଚ ଉପରେ ରଖି ଲଗାତର ଚଲାଇ ଫୁଟିବା ଯାଏଁ ରଖନ୍ତୁ।
  • ଏହାପରେ ଏଥିରେ ରସଗୋଲା ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଆହୁରି ଫୁଟାନ୍ତୁ।
  • ଆଞ୍ଚରୁ ଥଣ୍ଡା ହେବା ପାଇଁ ରଖନ୍ତୁ, ରସଗୋଲାକୁ କ୍ଷୀର ମିଶ୍ରଣରେ ଭଲଭାବେ ବୁଡାଇ ଦିଅନ୍ତୁ।
  • ଚକୋଲେଟ୍‌ ରସମଲାଇକୁ ଥଣ୍ଡା ହେବା ପାଇଁ ଫ୍ରିଜରେ ୫ ରୁ ୬ ଘଣ୍ଟା ଯାଏଁ ରଖନ୍ତୁ।
  • ଏହା ପ୍ରସ୍ତୁତ ହୋଇଯାଇଛି, ଏବେ ଏହାକୁ ଆପଣ ବାଦାମ ଏବଂ ପିସ୍ତାରେ ସଜାଇ ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.