ରାଜ୍ୟରେ ଗତ ୨୪ ଘଣ୍ଟାରେ ୯ ଶହ ୮୬ ଜଣ ସଂକ୍ରମିତ ଚିହ୍ନଟ, ୬୯ ମୃତ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ପୁଣି ହଜାରେ ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୯୮୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୨୮ ପଜିଟିଭ୍‌ । ଖୋର୍ଦ୍ଧାରୁ ସର୍ବାଧିକ ୩୭୩, କଟକରୁ ଚିହ୍ନଟ ହୋଇଛନ୍ତି ୧୩୯ ନୂଆ ଆକ୍ରାନ୍ତ ।

ଆଜି ବୌଦ୍ଧ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ୨୪ ଘଣ୍ଟାରେ ୭୦ ହଜାର ୭୯ କୋଭିଡ୍‌ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୪୦ ପ୍ରତିଶତ । ରାଜ୍ୟରେ ଆଉ ୬୯ ଜଣଙ୍କୁ ମିଶାଇ ମୋଟ୍‌ ୭ହଜାର ୨୨୩ ଜଣଙ୍କର ଜୀବନ ନେଲାଣି କରୋନା । ରାଜ୍ୟରେ ଏବେ ୯ ହଜାର ୫୭୮ଟି ଆକ୍ଟିଭ୍‌ କେସ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.