ସମ୍ଭାବ୍ୟ ବାତ୍ୟା ଫନୀ ନେଇ ରାଜ୍ୟ ସରକାର ସଜାଗ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା ଫନୀ ନେଇ ରାଜ୍ୟ ସରକାର ସଜାଗ । ଫନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ଉପସ୍ଥିତ ଥିଲେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସେପଟେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର, ପୋଲିସ ଡିଜିଙ୍କ ସହ ଏନଡିଆରଏଫ, ସ୍ଥଳସେନା, ନୌସେନା, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫର ୧୨, ଓଡ୍ରାଫର ୨୦ ଓ ଅଗ୍ନିଶମ ୟୁନିଟକୁ ସଜାଗ ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆଲର୍ଟ ରଖାଯାଇଥିବା କହିଛନ୍ତି ଏସଆରସି । ସେପଟେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନିଂସ ମାଧ୍ୟମରେ ଆଲୋଚନା କରିଛନ୍ତି ।

 

Leave A Reply

Your email address will not be published.