Below header

ଆସନ୍ତାକାଲି ଷ୍ଟେଟ ବାର କାଉନସିଲ ନିର୍ବାଚନ

ଆସନ୍ତାକାଲି ଷ୍ଟେଟ ବାର କାଉନସିଲ ନିର୍ବାଚନ । ରାଜ୍ୟର ୧୬୭ଟି ପୋଲିଂ ବୁଥରେ ମତଦାନ ପାଇଁ ବ୍ୟବସ୍ଥା । ୩୪ ହଜାର ୯୦୮ ଜଣ ଭୋଟର ମତଦାନ କରିବେ। ଷ୍ଟେଟ ବାର କାଉନସିଲର ୨୫ ସଦସ୍ୟ ପଦବୀ ପାଇଁ ହେବ ମତଦାନ । ୯୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରୁଛନ୍ତି ।

କଟକ(କେନ୍ୟୁଜ୍‌) : ଆସନ୍ତାକାଲି ଷ୍ଟେଟ ବାର କାଉନସିଲ ନିର୍ବାଚନ । ରାଜ୍ୟର ୧୬୭ଟି ପୋଲିଂ ବୁଥରେ ମତଦାନ ପାଇଁ ବ୍ୟବସ୍ଥା । ୩୪ ହଜାର ୯୦୮ ଜଣ ଭୋଟର ମତଦାନ କରିବେ। ଷ୍ଟେଟ ବାର କାଉନସିଲର ୨୫ ସଦସ୍ୟ ପଦବୀ ପାଇଁ ହେବ ମତଦାନ । ୯୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରୁଛନ୍ତି । ଆସନ୍ତାକାଲି ସକାଳ ୧୦ଟାରୁ ୫ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା ।

ରାଜ୍ୟ ବାର କାଉନସିଲର ଅନୁରୋଧକ୍ରମେ ହାଇକୋର୍ଟ ଆସନ୍ତା ୧୫ ତାରିଖକୁ ଛୁଟି ଘୋଷଣା କରିଛନ୍ତି । ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତକୁ ଛୁଟି ଘୋଷଣା କରାଯାଇଛି । ଜଣେ ଭୋଟର ସର୍ବନିମ୍ନ ୫ଟି ପ୍ରିଫରେନ୍ସ ରଖିପାରିବେ । ତାଠାରୁ କମ ହେଲେ ଭୋଟ୍‌ ନାକଚ ହେବ ।

ଧାର୍ଯ୍ୟ କରାଯାଇଥିବା ପାଞ୍ଚଟି ପରିଚୟ ପତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ଦେଖାଇ ପୋଲିଂ ବୁଥ ଭିତରେ ପ୍ରବେଶ କରି ହେବ । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଷ୍ଟେଟ ବାର୍‌ କାଉନସିଲର ରିଟର୍ଣ୍ଣିଂ ଅଫିସର ଜଷ୍ଟିସ ପ୍ରମଥ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.