Below header

କପ୍ତିପଦାରେ ହାତୀ ମୃତ୍ୟୁ, ତଦନ୍ତ କରୁଛି ଟାସ୍କଫୋର୍ସ ଟିମ୍‌

ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ହାତୀ ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । ବନବିଭାଗ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।

ମୟୂରଭଞ୍ଜ(କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ହାତୀ ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । ବନବିଭାଗ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।

ଗତକାଲି କପ୍ତିପଦା ରେଞ୍ଜ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଦେଖିବାକୁ ମିଳିଥିଲା । ଆଜି ଭୁବନେଶ୍ୱରରୁ ଏକ ସ୍ପେଶାଲ୍‌ ଟାସ୍କ ଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜୁଛି । ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ବନବିଭାଗ । ମୃତ ଦନ୍ତାହାତୀର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରିଛି ବନବିଭଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.