ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ, ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ

ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତାପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ ।

ଭୁବନେଶ୍ୱର(କେନ୍ୟୁଜ୍‌) : ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତାପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ ।

ଏଥର ବଜେଟ ଆକାର ପ୍ରାୟ ୨ ଲକ୍ଷ ୨୦ ହଜାର କୋଟିରୁ ଅଧିକ ହୋଇପାରେ । ୧୨ ପ୍ରତିଶତରୁ ଅଧିକ ବଢିପାରେ ବଜେଟ୍‌ ଆକାର । କିଛି ନୂଆ ସ୍କିମ ଘୋଷଣା ସହ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିବ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ପ୍ରାଥମିକତା ଦେଇ ଆସୁଛନ୍ତି । ଗତ ୩-୪ ବର୍ଷରେ ସ୍ୱାସ୍ଥ୍ୟ ବଜେଟ୍‌ ୨ ଗୁଣା ବଢିଛି । ୨୦୧୯-୨୦ ବେଳକୁ ସ୍ୱାସ୍ଥ୍ୟ ବଜେଟ୍‌ ଥିଲା ୬, ୮୦୦ କୋଟି ଟଙ୍କା ।

୨୦୨୨-୨୩ ବେଳକୁ ଏହା ୧୨ ହଜାର କୋଟି ଟଙ୍କା ହୋଇଛି । ବଜେଟ୍‌ରେ ସ୍ୱାସ୍ଥ୍ୟ ବିଭାଗକୁ କଣ ରହିବ ତାଉପରେ ନଜର ରହିଛି । ସେହିପରି ଚାଷୀଙ୍କ ପାଇଁ ନୂଆ ଯୋଜନା ଆସିପାରେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ରାଜ୍ୟରେ ଫସଲ ବୀମା ଯୋଜନା ଆସିପାରେ । ୧୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ପଞ୍ଜିକୃତ ଚାଷୀ ଏହି ବୀମା ଯୋଜନାରେ କ୍ଷତି ଭରଣା ପାଇବେ । ଏଥିସହ ମହିଳାଙ୍କ ପାଇଁ ବଜେଟରେ ଅଧିକ ବ୍ୟୟବରାଦ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.