Below header

ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ନାନିତ ହେଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର

ଭୁବନେଶ୍ବର (କେନ୍ୟୁଜ୍) : ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସର୍ବଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ସମ୍ମାନ। ରାଷ୍ଟ୍ରପତିଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି।

ସୁଜତା ମହାପାତ୍ର ୧୯୬୮ମସିହାରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ବହୁତ ଆଗ୍ରହ । ଆଜି ଏହି ଆଗ୍ରହ ତାଙ୍କୁ ଉନ୍ନତିର ପଥରେ ଅଗ୍ରସର କରି ସେ ସୁନାମ ଅର୍ଜନ କରିଛନ୍ତି । ସେ ପ୍ରଥମେ ସୁଧାକର ସାହୁଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିବା ପରେ୧୯୮୭ରେ ଭୁବନେଶ୍ୱର ଆସିବା ପରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଥିଲେ । ଆଜି ସେ ନିଜ ଓଡ଼ିଶୀ ନୃତ୍ୟରେ ଲୋକମାନଙ୍କର ମନ କିଣି ନେଇଛନ୍ତି । ଆଜି ସେ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ବିବେଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.