ଗଜପତିରେ ମୁଖ୍ୟମନ୍ତ୍ରୀ, ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର କଲେ ସ୍ଥାପନ

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୌଦ୍ଧ ଧର୍ମ ପାଇଁ ଓଡ଼ିଶାରେ ଜିରାଙ୍ଗର ସ୍ଥାନ ସ୍ୱତନ୍ତ୍ର ବୋଲି କହିଛନ୍ତି ନବୀନ। ତିଦ୍ଦତୀୟମାନେ ଆମ ସାଂସ୍କୃତିକ, ସାମାଜିକ ଜୀବନର ଅଙ୍ଗ। ଜିରାଙ୍ଗ ପଦ୍ମସମ୍ଭବ ବିହାରରେ ଥିବା ପଦ୍ମପୋଖରୀରେ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।

୫୦ଲକ୍ଷ ଟଙ୍କାରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟ ପାଇଁ ମୋହନା,ନୂଆଗଡ଼, ଆର୍.ଉଦୟଗିରି ଓ ରାୟଗଡ଼ ବ୍ଲକରେ ୮୧ କୋଟି ଟଙ୍କା ବ୍ୟୟରେ ୧୨୯ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.