Below header

ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା,ପାଟଣା ଥାନା ଆଇଆଇସିଙ୍କ ଦରମାରୁ କଟିବ ୧୦,୦୦୦ ଟଙ୍କା

କେନ୍ଦୁଝର(କେନ୍ୟୁଜ୍): ପାଟଣା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା। ଚାରିଆଡୁ  ଆଇଆଇସିଙ୍କ ବିରୋଧରେ ଛୁଟୁଛି ନିନ୍ଦା ଅପବାଦ୍। ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ କୁଡୁମି ସେନା ପକ୍ଷରୁ ସଂପୃକ୍ତ ଆଇ ଆଇ ସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।  ଏହି ଘଟଣାରେ ଇମେଲ ଜରିଆରେ ମାନବାଧିକାର କମିଶନ ଅଭିଯୋଗ ପାଇବାପରେ ତଦନ୍ତ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ତଲବ ପାଇଁ ନିର୍ଦ୍ଦେଶ  ଓ ୧୦,୦୦୦ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨୫ ତାରିଖରେ ଏକ ଜମି ଜମା ମାମଲାରେ ଗିରଫ ହୋଇଥିବା ଯୁବକକୁ ପାଟଣା ଥାନା ଆଇ.ଆଇ.ସି ଠେଙ୍ଗାରେ ନିସ୍ତୁକ ମାଡ ମାରିବା ସହ ଗୋଇଠା ମାରିଥିବା ଭିଡିଓ ଭାଇରାଲ ହୋଇଥିଲା।ଯାହାକୁ  ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ମାନବ ଅଧିକାର ଓ 5T ନିୟମକୁ ସଂପୂର୍ଣ୍ଣ ଫୁ କରୁଥିବା ମହିଳା ଆଇ ଆଇ.ସି.ଙ୍କ ଏପରି କେମିତି  ବ୍ୟବହାର କରିଛନ୍ତି ତାହକୁ  ନେଇ  ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟ ପଟେ ତଦନ୍ତ ଦାୟିତ୍ବରେ ଥିବା ଏସଡିପିଓ ବିଭାଗର ଦୋଷକୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରୁଥିବା ଜଣା ପଡିଛି। ଭିଡିଓରେ ଆଇଆଇସି ମାଡାମ କିପରି ମାଡ ମାରୁଛନ୍ତି ସ୍ପଷ୍ଟ ଦେଖା ଯାଉଥିବା ବେଳେ ପୋଲିସ ଯୁବକଙ୍କୁ ଡରାଇବା ପାଇଁ ତଳକୁ ମାରୁଥିବାର ଏସଡିପିଓ କହିଛନ୍ତି।  ତେବେ ଗୋଇଠା ଓ ଗାଳି ଗୁଲଜ କଥା ପଚାରିବା ବେଳେ ଘଟଣାକୁ ଏଡାଇ ପାରି ନଥିଲେ ଏସଡିପିଓ । ତେବେ ତଦନ୍ତ ରିପୋର୍ଟ ଦେବା ପରେ ଉପରସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.