ପ୍ରକାଶ ପାଇଲା OJEE ରେଜଲ୍ଟ୍, ୪୯ ହଜାର ୨୭୯ ଜଣଙ୍କୁ ମିଳିଛି ରାଙ୍କ୍

କେନ୍ୟୁଜ୍(ବ୍ୟୁରୋ):ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ୍। ବୈଷୟିକ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକାଶ ପାଇଥିଲା ରେଜଲ୍ଟ୍। ଚଳିତବର୍ଷ ୬୫ ହଜାର ୭୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୪୯ ହଜାର ୩୬୦ ଜଣ ପରୀକ୍ଷା ଦେଇଥିଲେ। ୪୯ ହଜାର ୨୭୯ ଜଣଙ୍କୁ ମିଳିଛି Rank.କୋଭିଡ୍ କଟକଣା ଭିତରେ ଚଳିତବର୍ଷ ୬ ସେପ୍ଟେମ୍ବର ରୁ ୧୮ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା ପରୀକ୍ଷା।

ରାଜ୍ୟରେ ପ୍ରଥମଥର ପାଇଁ ୩୦ଟି ଯାକ ଜିଲ୍ଲାରେ ପରୀକ୍ଷା ସେଣ୍ଟର ହୋଇଥିଲା। ୫୭ଟି ସେଣ୍ଟରରେ ହୋଇଥିଲା ପରୀକ୍ଷା। ଓଡିଶା ବାହାରେ ୩ଟି ସେଣ୍ଟର ହୋଇଥିଲା। ଛାତ୍ରଛାତ୍ରୀ ମାନେ ଓଜେଇଇ ଓ୍ବେବସାଇଟକୁ ଯାଇ ନିଜର Rankକୁ ଡାଉନଲୋଡ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.