Below header

ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସରୁ ଆରମ୍ଭ ହେଲା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା

ଯାଜପୁର (କେ ନ୍ୟୁଜ୍‌) : କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଏହା ହେଉଛି ସଙ୍ଗମସ୍ଥଳ ଓଳାଶୁଣୀ । ଏଇଠି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ଓଳାଶୁଣୀ ମେଳା । ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଛି ।

OLASUNI-2
ଓଁଙ୍କାର କ୍ଷେତ୍ର ଭାବେ ପରିଚିତ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହ ଶହ ବର୍ଷ ହେଲା ଏହି ମେଳା ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ମାଘ କୃଷ୍ଣପକ୍ଷ ଏକାଦଶୀଠାରୁ ୧୦ଦିନ ବ୍ୟାପି ଏହି ମେଳା ଚାଲିଥାଏ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡ଼ପିଠା ଭୋଗ କରିଥାନ୍ତି । ପରମ୍ପରା ଅନୁସାରେ ଦଶମୀ ତିଥିରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହୋଇଥାଏ । ଏହା ପରେ ବେଢା ପରିକ୍ରମା କରିଥାଏ । ଘଣ୍ଟ ଘଣ୍ଟା ଓ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠେ । ସନ୍ଥ ଅରକ୍ଷିତଙ୍କ ଆଶୀର୍ବାଦ ନେଇଥାନ୍ତି ଶ୍ରଦ୍ଧାଳୁମାନେ ।

OLASUNI-3
ସେପଟେ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ମେଳାରେ ବିଭିନ୍ନ ପ୍ରକାର ଦୋକାନ ବଜାର ମଧ୍ୟ ଲାଗିଛି । ଏଥିରେ ଲୋକେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କିଣିବା ସହ ନାନା ଖାଦ୍ୟର ମଜା ଉଠାଉଛନ୍ତି । ମେଳା ଦଶ ଦିନ ଧରି ଚାଲିବା ପରେ ଶ୍ରୀପଂଚମୀ ଦିନ ଉଦଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.