ସଲମାନଙ୍କ ଉପରେ ଲାଗିଲା ଯୌନ ଶୋଷଣର ଅଭିଯୋଗ,ମୁମ୍ବାଇ ପୋଲିସ ରୁଜୁ କରିଛି ମାମଲା

ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଓ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ ୧ ର ବିଜେତା ହୋଇଥିବା ସଲାମାନ ୟୁସୁଫ ଖାନଙ୍କ ଉପରେ ଜଣେ ମଡେଲଙ୍କୁ ଯୌନ ଶୋଷଣର ଆରୋପ ଲାଗିଛି। ଏହି ମାମଲା ଅଶିୱାରା ସ୍ଥିତ ଏକ କଫି ହାଉସର ଯେଉଁଠି ସଲମାନ କୋରିଓଗ୍ରାଫରଙ୍କ ସହିତ ଦୁର୍ବବ୍ୟବହାର କରୁଥିଲେ। ମଡେଲଙ୍କ ଅଭିଯୋଗକ୍ରମେ ପୋଲିସ ଧାରା ୩୫୪ ମାମଲା ରୁଜୁ କରିଛି ଏବଂ ସଲମାନଙ୍କୁ ଖୋଜୁଛି।

Salmanଅଭିଯୋଗ କରିଥିବା ମଡେଲ ଜଣେ ଡ୍ୟାନ୍ସର ମଧ୍ୟ ଅଟନ୍ତି। ମାମଲା ୨୦୧୮ର ଅଟେ। ନିଜ ଅଭିଯୋଗରେ ସେ କହିଛନ୍ତି ଯେ ସଲମାନ ତାଙ୍କୁ ଏକ ଇଭେଣ୍ଟରେ ପରର୍ଫମାନ୍ସ କରିବା ପାଇଁ ଓଶିୱାରାର ଏକ କାଫିଟେରିୟାକୁ ଡାକିଥିଲେ। ସଲମାନେ ତାଙ୍କୁ କହିଥିଲେ ଯେ ଦୁବାଇର ବଲିଉଡ୍ ପାର୍କରେ ତାଙ୍କୁ ପରଫର୍ମ କରିବାକୁ ହେବ। ସେମାନଙ୍କ ମଧ୍ୟରେ ଯେତେବେଳେ କଥାବାର୍ତ୍ତା ଶେଷ ହେଲା ତେବେ ସଲମାନ ତାଙ୍କୁ ଘର ଛାଡିବା କଥା କହିଥିଲେ ଏବଂ ନିଜ କାରରେ ବସାଇଥିଲେ।

Salman Yusuff Khanଏହାପରେ କାରରେ ସଲମାନ ତାଙ୍କ ସହିତ ଦୁର୍ବବ୍ୟବହାର ଆରମ୍ଭ କରିଥିଲେ। ଏହାପରେ ପୀଡିତା କୌଣସି ପ୍ରକାରେ କାରକୁ ଅଟକାଇ ସଲମାନଙ୍କ କବଳରୁ ରକ୍ଷା ପାଇଥିଲେ। ପୀଡିତାଙ୍କ ଅଭିଯୋଗ ଯେ ସେ ସଲମାନଙ୍କ ଡର କାରଣରୁ ମାମଲା ରୁଜୁ କରିପାରୁ ନଥିଲେ। ବର୍ତ୍ତମାନ ଓଶିୱାରା ପୋଲିସ ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି।

Leave A Reply

Your email address will not be published.