Below header

ମୃତ୍ୟୁ ଛକିଥିଲା ଦୁଆର ମୁହରେ, ଘର ବାରଣ୍ଡାରେ ଠିଆ ହୋଇଥିବା ବୟସ୍କ ବ୍ୟକ୍ତିଙ୍କ ଉପରେ JCBର ଲୁହାଖଣ୍ଡ ପଡି ଜୀବନ ଗଲା

ଭଞ୍ଜନଗର(କେନ୍ୟୁଜ୍): ଦୁଆର ମୁହଁରେ ଛକି ରହିଥିଲା ମୃତ୍ୟୁ । ଘର ବାରଣ୍ଡାରେ ଠିଆ ହୋଇଥିବା  ବୟସ୍କଙ୍କୁ ଏମିତି ମୃତ୍ୟୁ ମିଳିବ ବୋଲି  କେହି କେବେ ଭାବିନଥିଲେ। ଗାତ ଖୋଳୁଥିବା JCB ମେସିନର ଯନ୍ତ୍ରାଂଶ ଛିଣ୍ଡି ବୃଦ୍ଧଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏଭଳି  ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗାଁରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁବାସ ଦୋରା ।  ମିଳିଥିବା ସୂଚନା ମୁତାବକ ପାଙ୍ଗିଡି ଗାଁରେ ପିଇବା ପାଣି ଯୋଗାଣ ପାଇଁ ରାସ୍ତା କଡ଼ରେ JCB ମେସିନ ସାହାଯ୍ୟରେ ଖୋଳା କାର୍ଯ୍ୟ ଚାଲିଥିଲା । ହଠାତ୍ ମେସିନ୍ଟିର ଯନ୍ତ୍ରାଂଶଟି ଛିଡି ଯାଇ ବାରଣ୍ଡାରେ ଠିଆ ହୋଇଥିବା ସୁବାସଙ୍କ ଉପରେ ପଡ଼ିଯାଇଥିଲା ।

ଘଟଣା ସ୍ଥଳରେ ସୁବାସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ  ଭର୍ତ୍ତି କରିଥିଲେ।  କିନ୍ତୁ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । JCB ମେସିନର ଫିଟନେସ ଯାଞ୍ଚ ନକରି  ଖାମଖିଆଲି ନୀତିରେ ମେସିନ , ବ୍ୟବହାର କରି କାମ ଚାଲିଥିବାର  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଘଟଣା ସଂକ୍ରାନ୍ତରେ ବୁଗୁଡ଼ା ଥାନା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.