ବଜ୍ରାଘାତରେ ବିଲ ମଝିରେ ଟଳିପଡିଲେ ବୃଦ୍ଧ, ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ନନେଇ ଖତ ଗଦାରେ ପୋତିଦେଲେ ଲୋକେ

ସୋରଡା(କେନ୍ୟୁଜ): ସୋରଡା ଥାନା ଗୋବିନ୍ଦପୁର ଗ୍ରାମରେ ଗତକାଲି ଅପରାହ୍ନରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।ଗ୍ରାମର ଜଣେ ବୃଦ୍ଧ  ମୃତ୍ଯୁବରଣ କରିଛନ୍ତି । ମୃତ ବ୍ଯକ୍ତିଙ୍କ ନାମ ମୁରଲୀ ପାତ୍ର । ସେ ଗ୍ରାମ ନିକଟ ବିଲ ମାଳରେ ଗାଈ ଚରାଉଥିଲେ। ହଠାତ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା । ସେହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ବିଲ ମଧ୍ୟରେ ଟଳି ପଡିଥିଲେ ମୁରଲୀ । ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପାଖରେ ଥିବା ଗାଇଟିର ମଧ୍ୟ ମୃତ ହୋଇଥିଲା ।

ଗ୍ରାମବାସୀ  ମୁରଲୀଙ୍କୁ ସଙ୍ଗେ ସଙ୍ଗେ ଜୀବିତ ଭାବି ଗ୍ରାମ ନିକଟରେ ଥିବା ଖତ ଗଦାରେ ପୋତିଦେଲେ । ଏନେଇ ଖବର ପାଇ ଦମକଳ ଗାଡି ଗ୍ରାମକୁ ଯାଇ ଖତ ଗଦାରୁ ମୁରଲୀଙ୍କ ଶବକୁ ଉଠାଇ ଆଣି ସୋରଡା ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.