ଟିପର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ରୋକ

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ରାଇଘର-କୁନ୍ଦେଇ ମୁଖ୍ଯ ରାସ୍ତାର ଦେଓଭରଣ୍ଡି ନିକଟରେ ଟିପର ଧକ୍କାରେ ୫ଟି ବଳଦ ସହ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଥି ସହ ଗୋଟିଏ ବଳଦ ଗୁରୁତର ଥିବା ଜଣାପଡ଼ିଛି । ମୃତ ବ୍ଯକ୍ତିଙ୍କ ନାମ ସମାରୁ ଗଣ୍ଡ। ତାଙ୍କ ଘର ଦେଓଭରଣ୍ଡି ଗ୍ରାମରେ ହୋଇଥିବା ବେଳେ ସେ ନିଜ ଘର ପାଖରେ ଠିଆ ହୋଇଥିବା ସମୟରେ ଭାରତ ମାଳା ରାସ୍ତା କାମରେ ନିୟୋଜିତ ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ହିଁ ସମାରୁଙ୍କ ସହ ୫ଟି ବଳଦର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାଇଘର-କୁନ୍ଦେଇ ମୁଖ୍ଯ ରାସ୍ତାକୁ ଅବରୋଧ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହନ ଅଟକି ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.