ଦଳିଦେଲା ଦନ୍ତା: ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବୃଦ୍ଧା ଆହତ

ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବୃଦ୍ଧା ଆହତ। ସମ୍ବଲପୁର ହାଲିପାଲି ଡୁଙ୍ଗୁରିପଡା ଠାରେ ହାତୀ ଆତଙ୍କ । ଆକ୍ରମଣରେ ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ୬୫ ବର୍ଷିୟ ଚୈତନ ଭୋଇ ।

ସମ୍ବଲପୁର (କେନ୍ୟୁଜ): ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ବୃଦ୍ଧ ମୃତ, ବୃଦ୍ଧା ଆହତ । ସମ୍ବଲପୁର ହାଲିପାଲି ଡୁଙ୍ଗୁରିପଡା ଠାରେ ହାତୀ ଆତଙ୍କ । ଆକ୍ରମଣରେ ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ୬୫ ବର୍ଷିୟ ଚୈତନ ଭୋଇ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଚୈତନ ଓ ତାଙ୍କ ସ୍ତ୍ରୀ ଏବଂ ପୁଅ ଘର ଭିତରେ ଶୋଇଥିବାବେଳେ ହାତୀ ଆକ୍ରମଣ କରିଥିଲା । ଏଥିରେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ହାତୀ ବାରମ୍ବାର ଉପଦ୍ରବ କରୁଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.