ପ୍ରଯୋଜକ ପ୍ରିତମ ସାହୁଙ୍କ ନାଁ ରେ ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟ

ଅଭିନେତା ବୃଦ୍ଧାଦିତ୍ୟ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ। ପ୍ରଯୋଜକ ପ୍ରିତମ ସାହୁଙ୍କ ନାଁ ରେ ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସୋସିଆଲ ମିଡ଼ିଆ ଗ୍ରୁପ୍ ରେ ମୋ ସମ୍ମାନ ହାନି ହେଲା ଭଳି କଥା ଲେଖିଛନ୍ତି ପ୍ରିତମ।

ଭୁବନେଶ୍ୱର(କେନ୍ୟୁଜ୍‌): ଅଭିନେତା ବୃଦ୍ଧାଦିତ୍ୟ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ। ପ୍ରଯୋଜକ ପ୍ରିତମ ସାହୁଙ୍କ ନାଁ ରେ ଅଭିଯୋଗ ଆଣିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସୋସିଆଲ ମିଡ଼ିଆ ଗ୍ରୁପ୍ ରେ ମୋ ସମ୍ମାନ ହାନି ହେଲା ଭଳି କଥା ଲେଖିଛନ୍ତି ପ୍ରିତମ। ଉଦ୍ଦେଶ୍ୟମୂଳକ ଭାବେ ମୋ ସମ୍ମାନ ଓ ପ୍ରତିଷ୍ଠା ହାନି କଲା ଭଳି ମନ୍ତବ୍ୟ ରଖିଛନ୍ତି ପ୍ରୀତମ। ଅତୀତରେ ସିନେମା “ପ୍ରଥା” କୁ ପାଇଁ ପ୍ରଯୋଜିକା ସନଲିସାଙ୍କ ସମର୍ଥନରେ ଭୁବନେଶ୍ବରରେ ମୁଁ ଧାରଣାରେ ବସିଥିଲି । ଏହି ଘଟଣା ପରଠାରୁ ପ୍ରୀତମ ଏ ପ୍ରକାର ଅନ୍ତବ୍ୟ ରଖି ଆସୁଛନ୍ତି । ସେହି ହ୍ଵାଟ୍‌ସ ଆପ ଗ୍ରୁପରେ ବହୁ ବରିଷ୍ଠ କଳାକାର ଥିବା ସତ୍ତ୍ୱେ କେହି ଘଟଣାକୁ ନେଇ ମୁହଁ ଖୋଲିଲେ ନାହିଁ । ଏହା ପରେ ବିଡାନାସି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବା କହିଲେ ବୁଦ୍ଧାଦିତ୍ୟ। ଥାନାଧିକାରୀ ଆମ ଦୁଇ ଜଣଙ୍କୁ ଡାକି ଥିଲେ। ପ୍ରୀତମ ସୋସିଆଲ ମିଡିଆରେ ନିଜର ଭୁଲ ସ୍ୱୀକାର କରନ୍ତୁ । ଯେଉଁ କଳାକାରଙ୍କ ସହିତ ଏଭଳି ଘଟୁଛି ସେମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଉଚିତ । ସେପଟେ ଅଭିଯୋଗ ପରେ ମଧ୍ୟ ପ୍ରଯୋଜକ ପ୍ରିତମ ସାହୁଙ୍କ ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.