ଡ. ଅଚ୍ୟୁତ ସାମନ୍ତଙ୍କ ଜୋରଦାର ପ୍ରଚାର, ରୋଡ ସୋରେ ୧୦୦ କିଲୋମିଟର କ୍ୟାମ୍ପେନ

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର । ବିଶାଳ ରୋଡ୍ ସୋରେ ଜନସମର୍ଥନ ଲୋଡିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଶାଳ ରାଲିରେ ଡକ୍ଟର ସାମନ୍ତଙ୍କ ସହ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା ସାମିଲ ଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର । ବିଶାଳ ରୋଡ୍ ସୋରେ ଜନସମର୍ଥନ ଲୋଡିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଶାଳ ରାଲିରେ ଡକ୍ଟର ସାମନ୍ତଙ୍କ ସହ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା ସାମିଲ ଥିଲେ । ବୌଦ୍ଧ ଜିଲ୍ଲା ସାହାଜପାଳରୁ ରୋଡ୍ ସୋ ବାହାରି ୧୦୦ କିଲୋମିଟର ଅତିକ୍ରମ କରି ଆମ୍ବଗାଁ ଯାଏ ଯାଇଥିଲେ । ମୋଟର ସାଇକେଲ ରାଲିରେ ବିଜେଡିର ହଜାର ହଜାର କର୍ମୀ ସାମିଲ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ସସ୍ମିତା ସେନାପତି, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେରଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ l ବିଜେଡିର ଗଡ଼ କୁହାଯାଉଥିବା କଣ୍ଟମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥିର ମଧ୍ୟ ବିଜେଡି ବାଜିମାତ କରିବ ବୋଲି କର୍ମୀ ମାନେ ଆଶାବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.