ଏ ବୁଢ଼ା ମଉସା ହେଉଛନ୍ତି ରାଜଧାନୀର ପ୍ରଥମ ଆଉ ପୁରୁଣା ରିକ୍ସାବାଲା

ବୟସ ୭୦ ବର୍ଷ । ଦେହରେ ନାହିଁ ବଳ । କିନ୍ତୁ ତଥାପି ଜୀବିକା ପାଇଁ କରୁଛନ୍ତି ସଂଘର୍ଷ । ଦେହରେ ତାଙ୍କର ଦେହ ଲୁଚୁ ନଥିବା ଧଳା ସାର୍ଟ ଖଣ୍ଡେ ଅଣ୍ଟାରେ ପୁରୁଣା ଧୋତି । ଏ ଡହ ଡହ ଖରାରେ ରିକ୍ସା ଉପରେ ଶୋଇ ରହିଛନ୍ତି ଏଇ ବୁଢ଼ା ମଉସା ଜଣକ ।

ଭୁବନେଶ୍ୱର(କେନ୍ୟୁଜ୍‌): ବୟସ ୭୦ ବର୍ଷ । ଦେହରେ ନାହିଁ ବଳ । କିନ୍ତୁ ତଥାପି ଜୀବିକା ପାଇଁ କରୁଛନ୍ତି ସଂଘର୍ଷ । ଦେହରେ ତାଙ୍କର ଦେହ ଲୁଚୁ ନଥିବା ଧଳା ସାର୍ଟ ଖଣ୍ଡେ ଅଣ୍ଟାରେ ପୁରୁଣା ଧୋତି । ଏ ଡହ ଡହ ଖରାରେ ରିକ୍ସା ଉପରେ ଶୋଇ ରହିଛନ୍ତି ଏଇ ବୁଢ଼ା ମଉସା ଜଣକ ।

ମଉସା ଜଣଙ୍କ କାହିଁକି ଏଭଳି ରାସ୍ତା ଯେଉଁଠି ବିପଦ ପୂର୍ଣ୍ଣ ସେମିତି ସେହି ସ୍ଥାନରେ ରିକ୍ସା ରଖି ତା ଉପରେ ଶୋଇଛନ୍ତି l ତାଙ୍କ ପେଟ ଦେଖି ଅନୁମାନ ଲାଗୁଥାଏ କିଛି ଯେମିତି ଖାଦ୍ୟ ବୋଧେ ଖାଇନାହାନ୍ତି l ସେମିତି ମୁଣ୍ଡରେ ହାତ ଥୋଇ ଶୋଇ ଯାଇଛନ୍ତି l ଆଶ୍ଚର୍ଯ୍ୟର କଥା ଗାଡି ମଟର ପେଁ ପାଁ ଘେଁ ଘାଁ କରି ଯାଆ ଆସ କରୁଛନ୍ତି l କିନ୍ତୁ ବୁଢା ମଉସା ନିରବ ନିଶ୍ଚଳ ଭାବରେ ଶୋଇ ଯାଇଛନ୍ତି l ଖରା ମୁଣ୍ଡ କୁ ଟାଣ ଧରୁଥାଏ l ଏତେ ଟାଣ ଖରାକୁ ସାହାରା କହିଲେ ଏହି ଭଙ୍ଗା ରିକ୍ସା ଖଣ୍ଡିକ l ବୋଧେ ଏହି ହିଁ ବୁଢା ମଉସା ପାଇଁ ଘର ଏହି ରିକ୍ସା ଖଣ୍ଡିକ ହିଁ ତାଙ୍କ ପାଇଁ ସମ୍ପତି l

ସେହି ରିକ୍ସାକୁ ଦେଖିଲେ ଲାଗୁଥାଏ ସତେ ଯେପରି ବହୁ ବର୍ଷ ତଳର । ରିକ୍ସାର କିଛି ଅଂଶ ଭାଙ୍ଗିଯାଇଥାଏ ତାକୁ ତାରେ ସେହି ଅଂଶ ଗୁଡ଼ିକୁ ବାନ୍ଧିକି ଯୋଡ଼ି ରଖିଥାଆନ୍ତି । ଖରା ବର୍ଷାରୁ ଗ୍ରାହକ ରକ୍ଷା ପାଇଁ ଯେଉଁ ପାଲ ଖଣ୍ଡେ ଅଛି ସେ ବି କଣା ହୋଇ ସେହି ଖରା ବର୍ଷା ସିଧାସଳଖ ଭାବେ ପଡ଼ୁଛି । ତେବେ ଏ ସମସ୍ତ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଚାହୁଁଥାଆନ୍ତି । କେହି କେହି ଏଇ ବୁଢ଼ା ମଉସାଙ୍କର ଭିଡିଓ କରୁଥାଆନ୍ତି ବୁଢ଼ା ମଉସାଙ୍କର ଏଥିପ୍ରତି ଖାତିର୍‌ ନଥାଏ । ଏମିତି ସ୍ଥାନ ଏଭଳି ରାସ୍ତା ଭାରି ଭୟ ଲାଗୁଥାଏ ସେ ଭଳି ଜାଗାରେ ଏ ମଉସା ନିର୍ଦ୍ୱନ୍ଦରେ ରେ ବିନ୍ଦାସ ଶୋଇଛନ୍ତି l
ଏବୁଢା ମଉସା କାହିଁକି ଏଇଠି ଶୋଇଛନ୍ତି ଜାଣିବା ପାଇଁ ତାଙ୍କ ପାଖରେ ଆମେ ପହଞ୍ଚିଲୁ l ଏତେ ଗାଡି ମଟରର ଶବ୍ଦରେ ନିଦ ଭାଙ୍ଗୁ ନଥିଲା କିନ୍ତୁ ଆମେ ପହଞ୍ଚିଲା ପରେ ଆମ ଡାକ ଶୁଣି ବୁଢା ମଉସା ଉଠି ବସିଲେ l ପ୍ରଥମେ ଟିକେ ବିରକ୍ତି ଭାବ ରଖି କହିଲେ କଣ ହେଲା ? ତାପରେ ଆମକୁ ଗୋଟି ଗୋଟି କରି ସବୁକଥା କହିଲେ l

ଆଜକୁ ଦୀର୍ଘ ୫୦ ବର୍ଷ ହେବ ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରିକ୍ସା ଚଲେଇ ଆସୁଛନ୍ତି l ଅତି ପାଖରୁ ଭୁବନେଶ୍ୱରରୁ ଦେଖିଛନ୍ତି ଏ ବୁଢା ମଉସା l ସେଦିନର ସେ ଜଙ୍ଗଲ ଘେରା ପରିବେଶ ଆଉ ଆଜିର ଏହି ନୂଆ ରୂପରେ ପରିବର୍ତ୍ତିତ ଭୁବନେଶ୍ୱର ତାଙ୍କ ମୁହଁରେ ବେଶ ଖୁସି ଆଣୁଥିଲା l ଦିନ ଥିଲା ଏହି ଭୁବନେଶ୍ୱର ରାସ୍ତା ରେ ଚୋର ଡକାୟତଙ୍କ ଲୁଚିବା ଜଙ୍ଗଲ ଥିଲା l ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ଗମନା ଗମନର ସୁବିଧା ନଥିଲା l ଆଜି ରାସ୍ତା ଘାଟ ରେ ଆଲୁଅ l ସହର ପୁରା ରୂପ ବଦଳାଇ ହସୁଛି l ଏବୁଢା ମାଉସାଙ୍କ ଘର ପରିବାର ଥିଲେ ମଧ୍ୟ ନିଜର ପ୍ରଥମ ଜୀବନରେ ଜୀବିକା ରୂପରେ ବାଛିଥିବା ଏହି ରିକ୍ସା ଚାଳନା ହିଁ ଶେଷ ଯାଏ ତାଙ୍କୁ ସାଥ ଦେଇଥିଲା l ସେଦିନର ଭୁବନେଶ୍ୱର ଆଜିର ଭୁବନେଶ୍ୱର ଭିତରେ ପ୍ରଭେଦ କହୁ..କହୁ ନିଜ ଘର କଥା ଆଉ ନିଜ କଥା କହୁଥିଲେ । ବୁଢ଼ା ମଉସା ହେଉଛନ୍ତି ଅଧିକାରୀ ବେହେରା । ଆଉ ତାଙ୍କ ନିଜ ଘର ହେଉଛି ମୟୁରଭଞ୍ଜ ଜିଲ୍ଲାରେ । ଗାଁରେ ଅନେକ ଧନ ସମ୍ପତ୍ତି ଅଛି ପୁଅ ବି ଅଛନ୍ତି । ଆଉ ଏହି ରାଜଧାନୀର ପୁରୁଣା ଭୁବନେଶ୍ୱରରେ ରୁହନ୍ତି । ଏଇଠି ରିକ୍ସା ଚଳାଇ ପେଟ ପୋଷ୍‌ୁଛନ୍ତି । ବୁଢ଼ା ମଉସାଙ୍କ ପରିବାର କହିଲେ ସମସ୍ତେ ଅଛନ୍ତି । କିନ୍ତ ବୁଢ଼ା ମଉସା କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତି ନି । ଯେଉଥିପାଇଁ ସେ କୁହନ୍ତି ମୁଁ ଏ ରାଜଧାନୀର ପ୍ରଥମ ଆଉ ପୁରୁଣା ରିକ୍ସାବାଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.