ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର: ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭଦ୍ରକ(କେନ୍ୟୁଜ୍): ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର । ସବୁ ଦଳ ନିଜ ଶେଷ ଦମ୍ ଲଗାଉଛନ୍ତି । ଧାମନଗର ଉପର୍ନିବାଚନ ପ୍ରଚାର ମୈଦାନରେ ଦେଖିବାକୁ ମିଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବର୍ଷା । ୬ ନମ୍ବର ଜୋନ ଦୋଳ ସାହି ପଞ୍ଚାୟତର ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା ।
ଅବନ୍ତୀ ଦାସଙ୍କ ପାଇଁ’ଭୋଟ ଭିକ୍ଷା କରିଛନ୍ତି ବର୍ଷା । ବର୍ଷାଙ୍କ ସହ ଅନେକ ବିଜେଡି ନେତା ସାମିଲ ହୋଇଥିଲେ । ସେହିଭଳି ବିଜେଡି ଷ୍ଟାର ପ୍ରଚାରକ ଆକାଶ ଦାସ ନାୟକ ଓ ଅରିନ୍ଦମଙ୍କୁ ପ୍ରଚାର ମୈଦାନର ମଙ୍ଗ ଧରିଛନ୍ତି । ବିଜେଡି ପ୍ରାର୍ଥୀ’ଅବନ୍ତୀ ଦାଙ୍କ ପାଇଁ’ପୂରା ଦମ୍ ଲଗାଇଛନ୍ତି ବିଜେଡି ଷ୍ଟାର ପ୍ରଚାରକ ।