Below header

ବରଗଡ଼: ମହିଳା ଦିବସରେ ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ, ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତକଙ୍କ ଅନ୍ତିମ ସଂସ୍କାର କଲେ ମହିଳା

ବରଗଡ଼(କେନ୍ୟୁଜ୍):  ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ । ବରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଉଦାହରଣ ସୃଷ୍ଟି କଲେ ମହିଳା । ସଦର ଥାନା ଅମ୍ବାପାଲିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି କିଛି ମହିଳା । ଦେବରାଜ ରଣା ଓ କୁଅଁର ମୃତଦେହକୁ କୋକେଇରେ କାନ୍ଧେଇ ମହିଳାମାନେ ବରଗଡ଼ ଜୀରାନଦୀ କୂଳକୁ ନେଇଥିଲେ । ସେଠାରେ ଶ୍ମଶାନରେ ଯଥାରୀତି ଅନ୍ତିମ ସଂସ୍କାର କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସେମାନଙ୍କ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.