ସୋରଣରେ ସିରିଜ ଚୋରି ଉଦ୍ୟମ ଅଭିଯୋଗରେ ଡଗ ସ୍କ୍ୱାର୍ଡ ଆରମ୍ଭ କଲା ତଦନ୍ତ

ଟାଙ୍ଗୀ(କେନ୍ୟୁଜ୍‌) : ସୋରଣରେ ଏକ ସରିଜ୍‌ ଚୋରି ଉଦ୍ୟମ ଅଭିଯୋଗ ପୋଲିସ୍‌ ଆଜି ଡଗ୍‌ସ୍‌ ସ୍କ୍ଵାର୍ଡ ନେଇ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ସେବା ସମବାୟ ସମିତି ବ୍ୟାଙ୍କ୍‌ ଏବଂ ଇଣ୍ଡିଆନ ବ୍ୟାଙ୍କ୍‌ରେ ଡକାୟତି ଉଦ୍ୟମ ହେବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ପହଞ୍ଚି ବ୍ୟାଙ୍କ୍‌ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଆଜି ଭୁବନେଶ୍ୱରରୁ ଏକ ସତନ୍ତ୍ର ଡଗ ସ୍କ୍ୱାର୍ଡ ଆସି ତଦନ୍ତ କରିଛନ୍ତି । ହେଲେ ତଦନ୍ତରେ କିଛି ସେମିତି କିଛି ଠୋସ ପ୍ରମାଣ ମିଳି ନାହିଁ ବୋଲି ପୋଲିସ କହିଛି । ତଦନ୍ତ ବେଳେ ଟାଙ୍ଗୀ ଥାନା ଅଧିକାରୀ ସରୋଜ ଉପାଧ୍ୟାୟ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ, ଏ. ଏସ୍‌ ଆନନ୍ଦ, କିଶୋର ସ୍ୱାଇଁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

series chori-1

ସୂଚନାନୁଯାୟୀ, ଦୁଇ ଦିନ ତଳେ ବିଳମ୍ବିତ ରାତିରେ ସୋରଣ ସେବା ସମବାୟ ସମିତି ଲିଃ ବ୍ୟାଙ୍କ୍‌ରେ କେହି ଦୁର୍ବୃତ୍ତ ତାଲା ଓ ଛାତର ସ୍କାଏ ଲାଇଟ ଭାଙ୍ଗି ବ୍ୟାଙ୍କ୍‌ ଭିତରେ ପଶିବା ସହ ଗଡ଼ରେଜ ଲକର ଭାଙ୍ଗି ୪୦ ହଜାର ୧୧୦ ଟଙ୍କା ସହ ସମିତି ବ୍ୟାଙ୍କର ଅତ୍ୟାବଶ୍ୟକ କାଗଜ ପତ୍ର ଲୁଟି ନେଇଛନ୍ତି । ଏନେଇ ସେବା ସମବାୟ ସମିତିର ସମ୍ପାଦକ ଥାନାରେ ଅଭିଯୋଗ କରିଛନ୍ତି ।

ନୁରୂପ ଭାବେ ସେହି ରାତିରେ ସୋରଣ ଗ୍ରାମପଞ୍ଚାୟତ ପରିସରରେ ଥିବା ଇଣ୍ଡିଆନ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଲୁଟ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ଉକ୍ତ ଦିନ ଅଞ୍ଚଳର ଅନ୍ୟ ଦୁଇ ଜାଗାରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ଜାଣିବାକୁ ମିଳିଛି ।

ଏନେଇ କୁହୁଡି ପୋଲିସ ଫାଣ୍ଡିରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ କୈାଣସି ସୂଚନା ନପାଇବା ଯୋଗୁ ଡଗ୍‌ ସ୍କ୍ଵାଡ୍‌ଙ୍କୁ ଅଣାଯାଇଥିଲା । ଏହି ଘଟଣାକୁ ପୋଲିସ ଗୁରୁତ୍ୱ ସହ ନେଇ ଦୋଷୀକୁ ଦଣ୍ଡ ବ୍ୟବସ୍ଥା କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.