Below header

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ୫ ହଜାର ୧୮୯କୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ କରୋନା ଆକ୍ରାନ୍ତ । ୧୮ ଜିଲ୍ଲାରୁ ଆକ୍ରାନ୍ତ କୋଭିଡ ହସ୍ପିଟାଲରୁ ଘରକୁ ଫେରୁଛନ୍ତି । ଏମାନଙ୍କ ଭିତରେ ଗଜପତି ଜିଲ୍ଲାରୁ ସର୍ବାଧିକ ୫୯୦ ଜଣ ଥିବା ବେଳେ, ଗଂଜାମରୁ ୪୧ ଖୋର୍ଦ୍ଧା ୩୮, କନ୍ଧମାଳ ୧୭, ଖରସୁଗୁଡା ୧୫, ସୁନ୍ଦରଗଡ଼ ୧୦ ଏବଂ ଭଦ୍ରକ , ଯାଜପୁର ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ଅଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାରୁ ୭ ଜଣ , ଜଗତ୍ସିଂହପୁରରୁ ୫ ଜଣ, ବାଲେଶ୍ୱରରୁ ୨ ଜଣ , କଳାହାଣ୍ଡିରୁ ଜଣେ , ବରଗଡ଼ ଓ ମୟୁରଭଞ୍ଜରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଟକ , ମାଲକାନଗିରି ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୫ ହଜାର ୧୮୯ କୁ ବୃଦ୍ଧି ପାଇଁ ସୁସ୍ଥଙ୍କ ସଂଖ୍ୟା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.