ଇନ୍‌ଷ୍ଟଲ୍‌ ଥିଲେ ବି ଆଉ ଦେଖିପାରିବେନି ଟିକ୍‌ଟକ୍‌, ଫୋନ୍‌ରେ ହେଲା ବ୍ୟାନ୍‌

ସରକାରଙ୍କ ନିର୍ଦ୍ଦେଶ ପରେ ୟୁଜରଙ୍କ ଫୋନ୍‌ରୁ ବି କଟିଲା ଟିକ୍‌ଟକ୍‌। ଗତକାଲି ୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ଆପ୍‌ ମଧ୍ୟରେ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ବି ରହିଛି। ସରକାରୀ ଘୋଷଣା ପରେ ୟୁଜରମାନେ ଭାବିଥିଲେ ଯେ ଫୋନ୍‌ରେ ଥିବା ଟିକ୍‌ଟକ୍‌କୁ ବ୍ୟବହାର କରିହେବ। ମାତ୍ର ଲୋକଙ୍କ ଭାବନା ଭାବନାରେ ହିଁ ରହିଯାଇଛି। ମଙ୍ଗଳବାର ଅପରାହ୍ନରୁ ଟିକ୍‌ଟକ୍‌ ଆଉ ଖୋଲୁନାହିଁ।

ଟିକ୍‌ଟକ୍‌ ଖୋଲିବା ବେଳେ ଏବେ ଏକ ନୋଟିଫିକେସନ୍‌ ଆସୁଛି। ସେଥିରେ ଲେଖାଯାଇଛି ଯେ ସରକାରଙ୍କ ଗାଇଡଲାଇନ୍‌କୁ ଅନୁପାଳନ କରି ଆମେ ଟିକ୍‌ଟକ୍‌ ବନ୍ଦ କରୁଛୁ।

tiktok2

ସୂଚନାଯୋଗ୍ୟ ଯେ ଗତକାଲି ଟିକ୍‌ଟକ୍‌ ବ୍ୟାନ୍‌ ହେବା ଖବର ପ୍ରଚାରିତ ହେବା ପରେ ୟୁଜରମାନେ ଯୁଦ୍ଧକାଳୀନ ଭିତ୍ତିରେ ନିଜ ଭିଡିଓଗୁଡ଼ିକୁ ଡାଉନ୍‌ଲୋଡ୍‌ କରିଥିଲେ। ଟିକ୍‌ଟକ୍‌ ସମେତ ହାଲୋ, ସେୟାର ଇଟ୍‌, ଜେଣ୍ଡର, ୟୁସି ବ୍ରାଉଜର, କ୍ଲବ୍‌ ଫାକ୍ଟ୍ରି, କ୍ୟାମ୍‌ ସ୍କାନର, MI କମ୍ୟୁନିଟି, ମେଲ୍‌ ମାଷ୍ଟର, ଡିୟୁ ରେକଡର, ନ୍ୟୁଜ୍‌ ଡଗ୍‌, ହେଲୋ, ଲାଇକି, କ୍ଲାସ ଅଫ କିଙ୍ଗ, ଭାଇରସ କ୍ଲିନରକୁ ମଧ୍ୟ ଭାରତ ସରକାର ବ୍ୟାନ୍‌ କରିଛନ୍ତି।

ପ୍ରକାଶ ଯେ ପୂର୍ବରୁ ଟିକ୍‌ଟକ୍‌ ତରଫରୁ ଏକ ନୋଟିଫିକେସନ୍‌ ମାଧ୍ୟମରେ ସ୍ପଷ୍ଟ କରାଯାଇଥିଲା ଯେ ଟିକ୍‌ଟକ୍‌ରେ ୟୁଜରଙ୍କ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଲୋକଙ୍କର କୌଣସି ବ୍ୟକ୍ତିଗତ ଡାଟାକୁ ଟିକ୍‌ଟକ୍‌ ତରଫରୁ କାହାକୁ ବି ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.