କଟକ: ଏକାଧିକ ଏସଏଚଜିର ସଦସ୍ୟଙ୍କ ସରଳତାର ସୁଯୋଗ ନେଇ ୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଠକେଇ, ମଧୁପାଟଣା ଥାନାରେ ଅଭିଯୋଗ

କଟକ(କେନ୍ୟୁଜ୍):   କଟକରେ ୨ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଏକାଧିକ ଏସଏଚଜିର ସଦସ୍ୟଙ୍କ ସରଳତାର ସୁଯୋଗ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଠକେଇ ନେଇ ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, କଟକ ସଦର ଅଞ୍ଚଳ ସାର୍ତ୍ତୋଳ ଗାଁର ମହିଳାମାନଙ୍କୁ ଅର୍ଥ ଲଗାଣର ସ୍ୱପ୍ନ ଦେଖାଇ ବେବିରାଣି ଦାସ ଓ ତାଙ୍କ ସ୍ୱାମୀ ପ୍ରାୟ ଅଢେଇ କୋଟି ଟଙ୍କାର ଠକେଇ କରିଛନ୍ତି । ଗତ ଜାନୁଆରୀରୁ ଠକେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

cuttack 2

ମହିଳାଙ୍କ ସ୍ୱାମୀ ହାଇକୋର୍ଟରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଅଭିଯୋଗକାରୀ କହିଛନ୍ତି । ହାଇକୋର୍ଟରେ ଚାଲିଥିବା କିଛି ପ୍ରକଳ୍ପ କାମ ପାଇଁ ଟଙ୍କା ବିନିଯୋଗ କଲେ ନିର୍ମାଣକାରୀ ସଂସ୍ଥା ସେମାନଙ୍କୁ ଅଧିକ ରିଟର୍ଣ୍ଣ ଦେବ ବୋଲି ଏସଏଚଜି ସଦସ୍ୟଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ଏହାପରେ ଏସଏଚ୍‌ଜିର ସଦସ୍ୟମାନେ ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ଆଣି ଏହି ଠକ ଦମ୍ପତି ଙ୍କୁ ଦେଇଥିଲେ । ଆଜି ଏସିପିଙ୍କ ଉପସ୍ଥିତିରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି । ପୋଲିସ ପାଖରୁ ନ୍ୟାୟ ନମିଳିଲେ , ସେମାନେ ଅଦାଲତଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ସାହି ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.