Below header

ଇତିହାସର ସବୁଠୁ ବଡ଼ ଧନୀ, ଯାହାଙ୍କ ସମ୍ପତ୍ତିର ଆକଳନ ଆଜିଯାଏ କେହି କରିପାରିନାହାଁନ୍ତି ।

ନୂଆଦିଲ୍ଲୀ :  ସମୟର କାନଭାସ ଉପରେ ଇତିହାସ ଛାଡ଼ିଯାଏ ଅନେକ କାହାଣୀ । ଏମିତି ଏକ କାହାଣୀ ଆମେ ଆଜି ଆପଣଙ୍କୁ କହିବୁ ଯାହା ଶୁଣି ଆପଣ ବି ହୋଇଯିବେ ହତଚକିତ । ଏହି କଥାଟି ହେଉଛି ଇତିହାସର ସବୁଠୁ ବଡ଼ ଜଣେ ଧନୀ ବ୍ୟକ୍ତିଙ୍କ ବିଷୟରେ । ଏ ହେଉଛନ୍ତି ଆଫ୍ରିକା ମାଳି ସହରର ଟିମ୍ବକଟ୍ଟୁର ରାଜା ମନସା ମୂଷା । ଇତିହାସର ସବୁଠୁ ବଡ଼ ଧନୀ ବ୍ୟକ୍ତି । ଯାହାଙ୍କ ସମ୍ପତ୍ତିର କୌଣସି ହିସାବ ଆଜି ଯାଏ କେହି କରିପାରିନାହାଁନ୍ତି ।

ଅମାଜନର ପ୍ରତିଷ୍ଠାତା ଜେଫ୍‌ ବେଜସ୍‌ ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି । ୨୦୧୯ ଫୋର୍ବସ ତାଲିକା ଅନୁଯାୟୀ, ଜେଫ୍‌ ବେଜସ୍‌ଙ୍କର ସମ୍ପତ୍ତିର ମୂଲ୍ୟ ହେଉଛି ୧୩୧ ବିଲିୟନ ଡଲାର । ବର୍ତ୍ତମାନ ସମୟର ଜେଫ୍‌ ବେଜସ୍‌ ସବୁଠୁ ବଡ଼ ଧନୀ ବ୍ୟକ୍ତି ହେଲେ ମଧ୍ୟ ୧୪ ଶତାବ୍ଦୀର ସମ୍ରାଟ ମନସା ମୂଷାଙ୍କୁ କେହି ଟପି ଯାଇ ପାରିନାହାଁନ୍ତି । ଯାହାଙ୍କର ସମ୍ପତ୍ତିର ମୂଲ୍ୟ ଥିଲା ୪୦୦ ବିଲିୟନ ଡଲାର ।

manasa musa empire.
photo credit: amarujala.com

ଦକ୍ଷିଣ ଆଫ୍ରିକାର ଶାସକ ମୂଷା ମାଳି ସହରରେ ଯେତେବେଳେ ରାଜୁତି କରୁଥିଲେ ସେତେବେଳେ ସେଠାରେ ସୁନାର ଭଣ୍ଡାର ଥିଲା । କୁହାଯାଏ ତାଙ୍କ ରାଜତ୍ୱ କାଳରେ ବର୍ଷକୁ ୧୦୦୦ କିଲୋ ସୁନା ଉତ୍ପାଦନ ହେଉଥିଲା ।

କାଲିଫର୍ଣ୍ଣିଆ ୟୁନିଭରସିଟିର ପ୍ରଫେସର ରଡୋଲଫ୍‌ ବଚ୍‌ ଙ୍କ ମତରେ ମନସା ମୂଷା ଏତେ ଧନୀ ଥିଲେ ଯେ ତାଙ୍କ ଧନ ବିଷୟରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତାଙ୍କର ଅକଳନୀୟ ଧନ ସମ୍ପତ୍ତିକୁ ଦେଖିଲେ ମନସା ମୂଷାଙ୍କୁ ସବୁ ସମୟର ଧନୀ ବୋଲି କୁହାଯାଇପାରେ ।
ମନସା ମୂଷାଙ୍କର ପ୍ରକୃତ ନାମ ଥିଲା ମୂଷା କୀଟା ପ୍ରଥମ । ହେଲେ ରାଜା ହେବା ପରେ ସେ ନିଜକୁ ମନଷା ବା ସମ୍ରାଟ ବୋଲି ଘୋଷଣା କଲେ । ମୂଷାଙ୍କ ରାଜତ୍ୱ ଏତେ ବିସ୍ତତ ଥିଲା ଯେ ତାହାର ଆକଳନ କରାଯାଇ ପାରିବନି ।

ଆଜିକାର ମାରିଟନିଆ, ସେନେଗାଲ, ଗାମ୍ବିଆ, ଗିନିଆ,ବୁର୍କିନା, ଫୋସା, ମାଲି, ନାଇଜର, ଚାଡ ଓ ନାଇଜେରିଆ ପର୍ଯ୍ୟନ୍ତ ତାଙ୍କର ରାଜତ୍ୱ ଥିଲା । ୧୩୧୨ ରେ ମନସା ମାଲି ସାମ୍ରାଜ୍ୟର ଶାସକ ଥିଲେ । ନିଜର ୨୫ ବର୍ଷର ରାଜତ୍ୱ କାଳରେ ସେ ବହୁ ମସଜିଦ ନିର୍ମାଣ କରିଥିଲେ ଯାହା ଆଜି ବି ଇତିହାସର ସ୍ୱାକ୍ଷର ବହନ କରେ ।

manasa musa empire
photo credit: bbc.com

କୁହାଯାଏ ମନସା ୧୩୨୪ ରେ ମକ୍କା ଯାତ୍ରାରେ ବାହରିଥିଲେ । ସେ ସମୟରେ ତାଙ୍କ ସହିତ ପ୍ରାୟ ୬୦ ହଜାର ଲୋକ ସାମିଲ ଥିଲେ । ସେଥିରେ ୧୨ ହଜାର କେବଳ ନିଜ ଅନୁଗାମୀ ଥିଲେ । ମନସା ମୂଷା ଯେଉଁ ଘୋଡା ଉପରେ ଯାଉଥିଲେ ତାଙ୍କ ସୁରକ୍ଷା ପାଇଁ ଆଗରେ ରହୁଥିଲେ ପ୍ରାୟ ୫୦୦ ଲୋକ । ବଡ କଥା ହେଉଛି ସମସ୍ତଙ୍କ ହାତରେ ଥିଲା ସୁନାର ବାଡ଼ି । ସାଙ୍ଗରେ ନେଉଥିଲେ ୧୩୬ କିଲୋ ସୁନା ଯାହାକି ୮୦ ଟି ଓଟ ଉପରେ ଲଦି କରି ନେଉଥିଲେ ।

ସେ ଯାଉଥିବା ଅଞ୍ଚଳରେ ଏତେ ପରିମାଣର ଦାନ ଦେଉଥିଲେ ଯେ ସେଠାକାର ବଜାର ଦର ଅପ୍ରାକୃତିକ ଭାବେ ବଢ଼ିଯାଉଥିଲା । ଆଜି ଯାଏ ମୂଷାଙ୍କ ସମ୍ପତ୍ତିର ପରିମାଣ କେହି କଳନା କରିପାରିନାହାଁନ୍ତି । ଯେଉଁଥିପାଇଁ ଇତିହାସରେ ଆଜିଯାଏ ତାଙ୍କର ନାମ ସବୁଠୁ ବଡ଼ ଧନୀ ବ୍ୟକ୍ତି ଭାବେ ମାନ୍ୟତା ରହିଆସିଛି ।

ମନସା ମୂଷା ୧୩୩୭ ରେ ମାତ୍ର ୫୭ ବର୍ଷରେ ପ୍ରାଣ ତ୍ୟାଗ କରିବା ପରେ ତାଙ୍କ ପୁଅ ସାମ୍ରାଜ୍ୟର ଠିକ ଭାବେ ରକ୍ଷଣା ବେକ୍ଷଣା କରିପାରିଲେ ନାହିଁ । ଫଳରେ ମନସାଙ୍କ ସାମ୍ରାଜ୍ୟର ଅଧୋଃପତନ ହେଲା । ପରେ ୟୁରୋପିଆନଙ୍କ ପ୍ରବେଶ ଯୋଗୁ ମନସାଙ୍କ ସାମ୍ରାଜ୍ୟର ପରିସମାପ୍ତି ଘଟିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.