ଶ୍ରାବଣ ମାସରେ କରନ୍ତୁ ଶ୍ରୀଗଣେଶଜୀଙ୍କ ପୂଜା, ଅନ୍ତ ହେବ ଆପଣଙ୍କ କଷ୍ଟ

ଶ୍ରୀଗଣେଶ ହେଲେ ଅଗ୍ର ପୂଜ୍ୟ । ଅର୍ଥାତ ସବୁ ପୂଜାର ପ୍ରାରମ୍ଭରେ ଶ୍ରୀଗଣେଶଜୀଙ୍କୁ ପୂଜା କରାଯାଏ । ହେଲେ ଶ୍ରାବଣ ମାସରେ ଶ୍ରୀଗଣେଶଜୀଙ୍କ ପୂଜା ବହୁତ ଫଳଦାୟୀ ହୋଇଥାଏ ବୋଲି ମାନ୍ୟତା ରହିଛି । ଶ୍ରୀଗଣେଶଜୀଙ୍କ ପ୍ରିୟ ବାର ହେଉଛି ବୁଧବାର । ଶ୍ରାବଣ ମାସର ବୁଧବାର ଦିନ ଆପଣ ଶ୍ରୀଗଣେଶ ପୂଜା କଲେ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି ।

ଶ୍ରାବଣ ମାସରେ ଶିବଜୀଙ୍କ ସମସ୍ତ ପରିବାରଙ୍କ ପୂଜା ବହୁତ ଲାଭଦାୟକ ହୋଇଥାଏ । ବିଶେଷକରି ଶ୍ରାବଣ ବୁଧବାର ଶ୍ରୀଗଣେଶଜୀଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଯଦି ଆପଣ ଶ୍ରୀ ଗଣେଶଜୀଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଛନ୍ତି ତ ଶ୍ରାବଣରେ ତାଙ୍କର ପୂଜା କରନ୍ତୁ । ସେ ଶୀଘ୍ର ପ୍ରଶନ୍ନ ହୋଇ ମନସ୍କାମନା ପୂର୍ଣ୍ଣ କରିବେ ।

ଶ୍ରାବଣ ମାସରେ କେଉଁ କାର୍ଯ୍ୟ କଲେ କ’ଣ ଫାଇଦା ମିଳିଥାଏ :

– ଶ୍ରାବଣ ମାସର ବୁଧବାର ଦିନ ଶ୍ରୀଗଣେଶ ଚାଲିଶା ଓ ଶ୍ରୀଗଣେଶ ସ୍ତ୍ରୋତ୍ର ୧୧ ଥର ପାଠ କରନ୍ତୁ ।

– ଶ୍ରାବଣ ବୁଧବାର ମୁଗରେ ତିଆରି ଲଡୁ ଲଗାନ୍ତୁ । ଯଦି ମୁଗରେ ଲଡୁ ନହୋଇପାରେ ତେବେ ଗୁଡ଼ରେ ଲଡ଼ୁ ଲଗାନ୍ତୁ ।

– ଏମିତି ଯଦି ଶ୍ରାବଣ ମାସରେ ଆପଣ ଲଗାତାର ୪ ବୁଧବାର କରିବେ ଓ ପରେ ପୁଣି ୩ ବୁଧବାର କରିବେ । ତେବେ ଶ୍ରୀଗଣେଶଜୀ ଶୀଘ୍ର ପ୍ରଶନ୍ନ ହେବା ସହ ସମସ୍ତ ଗ୍ରହ ଦୋଷ ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.