ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଜଣେ ମୃତ; ୨ ଗୁରୁତର

ଠେଙ୍ଗାରେ ପିଟିପିଟି ମାରିଦେଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର।  କୋରାପୁଟ ବୈପାରୀଗୁଡା ବ୍ଲକ ଦୋରାଗୁଡା ଗାଁର ତିନିଜଣ ବ୍ୟକ୍ତି ବାଇକରେ ଲମତାପୁଟରୁ ଘରକୁ ଫେରୁଥିଲେ। ଲମତାପୁଟରୁ ପ୍ରାୟ ୪ କିଲୋମିଟର ଦୂର କାଡ଼ାମ ଛକ ନିକଟ ରାସ୍ତରେ ଦୁର୍ବୁତ୍ତ ମାନେ ୩ ଜଣଙ୍କୁ ଅଟକାଇଥିଲେ।

କୋରାପୁଟ (କେନ୍ୟୁଜ): ଠେଙ୍ଗାରେ ପିଟିପିଟି ମାରିଦେଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର।  କୋରାପୁଟ ବୈପାରୀଗୁଡା ବ୍ଲକ ଦୋରାଗୁଡା ଗାଁର ତିନିଜଣ ବ୍ୟକ୍ତି ବାଇକରେ ଲମତାପୁଟରୁ ଘରକୁ ଫେରୁଥିଲେ। ଲମତାପୁଟରୁ ପ୍ରାୟ ୪ କିଲୋମିଟର ଦୂର କାଡ଼ାମ ଛକ ନିକଟ ରାସ୍ତରେ ଦୁର୍ବୁତ୍ତ ମାନେ ୩ ଜଣଙ୍କୁ ଅଟକାଇଥିଲେ।

ଏହାପରେ ଲୁହା ଛଡ଼ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୁରୁ ଶୁକ୍ରୀଙ୍କ ମୃତ୍ଯୁ ହୋଇଥିବା ବେଳେ ସନିଆ ହନ୍ତାଳ ଏବଂ ସନିଆ ଖରା ଗୁରୁତର ଅବସ୍ଥାରେ ଲମତାପୁଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୋଲିସ ପାଟ୍ରୋଲିଙ୍ଗ କରିବା ସମୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି।