ଇଡି ଟାର୍ଗେଟରେ ଆପ୍, କେଜ୍ରିଓ୍ଵାଲଙ୍କ ସଚିବ ସମେତ ଆପ୍ ନେତାଙ୍କ ୧୦ଟି ସ୍ଥାନ ଚଢଉ
ଇଡି ମନି ଲଣ୍ଡ୍ରିଂ ମାମଲାର ଯାଞ୍ଚ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସଚିବ ଏବଂ ଆପ୍ ସହିତ ଜଡିତ କିଛି ଲୋକଙ୍କ ଘରେ ଚଢଉ କରିଛି । ସକାଳୁ ସକାଳୁ ଇଡି ଏମାନଙ୍କ ଘରେ ପହଞ୍ଚି ଚଢଉ ଜାରି ରଖିଛି । ତେବେ ଖବର ମୁତାବକ, ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଇଡି ଚଢଉ ଜାରି ରଖିଛି ।

ଦିଲ୍ଲୀ ସକାଳୁସକାଳୁ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଇଡି ମନି ଲଣ୍ଡ୍ରିଂ ମାମଲାର ଯାଞ୍ଚ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସଚିବ ଏବଂ ଆପ୍ ସହିତ ଜଡିତ କିଛି ଲୋକଙ୍କ ଘରେ ଚଢଉ କରିଛି । ସକାଳୁ ସକାଳୁ ଇଡି ଏମାନଙ୍କ ଘରେ ପହଞ୍ଚି ଚଢଉ ଜାରି ରଖିଛି । ତେବେ ଖବର ମୁତାବକ, ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଇଡି ଚଢଉ ଜାରି ରଖିଛି ।
ଆପ୍ର ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କ ଘରେ ଇଡି ଚଢଉ କରିଛି । ଆପର ପ୍ରେସ କନଫରେନ୍ସ ପୂର୍ବରୁ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢଉ ଜାରି ରଖିଛି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ବିଭବ କୁମାରଙ୍କ ଘରେ ମଧ୍ୟ ଚଢଉ ଜାରି ରହିଛି । ଏହାସହିତ ଜଳ ବୋର୍ଡର ପୂର୍ବତନ ମେମ୍ବର ଶଲଭ କୁମାରଙ୍କ ଘରେ ମଧ୍ୟ ଚଢଉ ଜାରି ରହିଛି । ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀରେ କିଛି ନେତାଙ୍କ ଘରେ ଇଡିର ଚଢଉ ଜାରି ରହିଛି ।
ସୂଚନାଯୋଗ୍ୟ, ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ କ୍ରେଜିଓ୍ଵାଲ ଏବଂ ଆପ୍ ନେତା ଅତିଶୀଙ୍କ ଘରେ ପହଞ୍ଚିଥିଲା । ଆପ୍ ନେତାଙ୍କୁ କିଣିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କ ଘରେ ପହଞ୍ଚିଥିଲା ।