DRDOକୁ ମିଳିଲା ଆଉ ଏକ ସଫଳତା, ମିଶାଇଲ ଆଟାକ ହେଲେ ବି ବିମାନର ହେବନି କୌଣସି କ୍ଷତି
DRDO ୩୦ ଜାନୁଆରୀରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଓଡିଶାର ଚାନ୍ଦୀପୁରରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରେ ଏୟାରକ୍ରାଫ୍ଟର ଟେଷ୍ଟ ଉଡ଼ାଣ କରିଛି । ଯାହା ମିସାଇଲ ମାନଙ୍କର ଟାର୍ଗେଟ ହୋଇଥାଏ । ଏହାର ନାମ ଅଭ୍ୟାସ ଅର୍ଥାତ୍ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଅଲ୍ ଟାର୍ଗେଟ୍ ।

DRDO ୩୦ ଜାନୁଆରୀରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଓଡିଶାର ଚାନ୍ଦୀପୁରରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରେ ଏୟାରକ୍ରାଫ୍ଟର ଟେଷ୍ଟ ଉଡ଼ାଣ କରିଛି । ଯାହା ମିସାଇଲ ମାନଙ୍କର ଟାର୍ଗେଟ ହୋଇଥାଏ । ଏହାର ନାମ ଅଭ୍ୟାସ ଅର୍ଥାତ୍ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଅଲ୍ ଟାର୍ଗେଟ୍ ।
ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଅଲ୍ ଟାର୍ଗେଟ୍ ବା ଅଭ୍ୟାସ ବିଭିନ୍ନ ମିସାଇଲ୍ ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ବ୍ୟବହାର କରାଯାଏ । ପରୀକ୍ଷଣ ସମୟରେ ଏହି ବିମାନକୁ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସହିତ ବିଭିନ୍ନ ଟ୍ରାକିଂ ସେନସର ଦ୍ୱାରା ଯାଞ୍ଚ କରାଯାଇଥିଲା ।
ପରୀକ୍ଷଣ ସମୟରେ ଏହି ବିମାନର ସମସ୍ତ ଅଂଶ ଠିକ୍ ସମୟରେ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଡେଭଲପମେଣ୍ଟ ଉଡ଼ାଣ ପରୀକ୍ଷଣ ଅଧୀନରେ ଏହି ବିମାନର ପରୀକ୍ଷା କରାଯାଇଛି । ଏହି ସ୍ୱଦେଶୀ ଲକ୍ଷ୍ୟ ବିମାନ ଥରେ ଡେଭଲପ୍ ହେବା ପରେ ଭାରତୀୟ ସଶସ୍ତ୍ର ବାହିନୀର HEAT ଆବଶ୍ୟକତାକୁ ପୂରଣ କରିବ । ବେଙ୍ଗାଲୁରୁ ଦ୍ୱାରା DRDO ର ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଡିଜାଇନ ଏବଂ ଡେଭଲପ୍ କରାଯାଇଛି ।
ଟ୍ଵିନ୍ ଅଣ୍ଡରସ୍ଲଙ୍ଗ୍ ବୁଷ୍ଟର୍ସରୁ ଏହି ଏୟାର ହ୍ଵିକଲ୍ ଲଞ୍ଚ କରାଯାଇଛି । ଏହାର ସମସ୍ତ ଉଡ଼ାଣ ସଂପୂର୍ଣ୍ଣ ଭାବେ ଅଟୋମେଟିକ୍ । ଏହାକୁ ଲାପଟପ୍ ରୁ କଣ୍ଟ୍ରୋଲ କରାଯାଏ ।
ଅଭ୍ୟାସ ପ୍ରତି ସେକେଣ୍ଡରେ ୧୮୦ ମିଟର ବେଗରେ ଉଡିଥାଏ । ଅର୍ଥାତ୍ ଏହା ଏକ ସେକେଣ୍ଡରେ ବହୁ ଦୂର ପର୍ଯ୍ୟନ୍ତ ଯାଇପାରେ । ଏହା ସର୍ବାଧିକ ୫ କିଲୋମିଟର ଉଚ୍ଚରେ ପହଞ୍ଚିପାରେ । ଏହା ଲଗାତାର ଉଡ଼ାଣ ଜାରି ରଖେ, ଯାହାଫଳରେ ମିସାଇଲଗୁଡିକର ଟେଷ୍ଟିଂ କରାଯାଇପାରିବ । ଏହି ବିମାନର ବ୍ୟବହାର ଆଣ୍ଟି-ବିମାନ ଯୁଦ୍ଧ ଅଭ୍ୟାସ, ଜାମର ପ୍ଲାଟଫର୍ମ, ପୋଷ୍ଟ ଲଞ୍ଚ ରିକଭରି ମୋଡ ଭଳି ମିଶନରେ କରାଯାଏ ।