Below header

କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୮ ଆହତ

ଯାଜପୁର ଜିଲ୍ଲା କୋରାଇ ଥାନା ଆଲୋଡ଼ା ଗ୍ରାମରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୋରାଇ ଥାନା ଆଲୋଡ଼ା ଗ୍ରାମରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି  । ଆହତମାନଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।

ସୂଚନା ମୁତାବକ ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ପୂଜର ଗତକାଲି ଉଦଯାପନ ଦିବସ ଥିଲା । ତେବେ ଏହି ଅବସରରେ ଗତକାଲି ରାତିରେ ଏକ କଳସ ଶୋଭାଯାତ୍ରା ହେଉଥିବା ସମୟରେ କୈାଣସି କାରଣରୁ ପେଲାଠେଲାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ପରେ ପରିସ୍ଥିତି ଆହୁରି ବିଗିଡିବା ସହ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା  । ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି କୋରାଇ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.