Below header

ବୌଦ୍ଧ: ବଜ୍ରପାତରେ ଜଣେ ମୃତ, ତିନି ଆହତ

ଆଜି ଅପରାହ୍ନ  ସାଢେ ୩ଟା ସମୟରେ କୌଣସି କାମରେ ଯାଇ ଘରକୁ ଫେରିବା ବେଳେ ବର୍ଷା ହେବାରୁ ମହୁଲ ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି ।

କଣ୍ଟାମାଳ(କେନ୍ୟୁଜ୍):  ବଜ୍ରପାତରେ ଜଣେ ମୃତ ତିନି ଆହତ । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଂଚାୟତ ଅନ୍ତର୍ଗତ ପିଙ୍ଗଳବେଡା ସୁରସନାଲି ନିକଟରେ ବଜ୍ରପାତରେ ଜଣେ ମୃତ ତିନି ଆହତ ହୋଇଛନ୍ତି । ମୃତକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁଳ ,ଆହତ ତିନିଜଣ ହେଲେ ଜଣେ ବଲକିରା ଗ୍ରାମର କରଣ ପ୍ରଧାନ ,ବାପୁନ ସାହୁ ଓ ଅନ୍ୟଜଣେ ଜଡ଼ାପାଲ  ଗ୍ରାମର ସୁମନ୍ତ ସାହୁ ବୋଲି ଜଣାପଡିଛି । ଆଜି ଅପରାହ୍ନ  ସାଢେ ୩ଟା ସମୟରେ କୌଣସି କାମରେ ଯାଇ ଘରକୁ ଫେରିବା ବେଳେ ବର୍ଷା ହେବାରୁ ମହୁଲ ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି ।ଆହତଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ବାଇକ ଯୋଗେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.