ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ

ରାଉରକେଲା(କେନ୍ୟୁଜ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛ । ମୃତ ଶ୍ରମିକଙ୍କ ନାଁ ଅମର କୁମାର ପଣ୍ଡା ଓ ସେ ଜଣେ ଠିକା ଶ୍ରମିକ। ସିପିପି -୧ରେ ଗ୍ୟାସ ପାଇପ ଲାଇନ ଫାଟି ଦୁର୍ଘଟଣା ଘଟିଥିଲା। ଏଥିରେ ଅନ୍ୟ ଜଣେ ଶ୍ରମିକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି।

ଗୁରୁତର ଜଣକ ହେଲେ ସୁଶୀଲ କୁମାର ଦେଓଗ୍ରାମ । ଉଭୟ ମୃତାହତ ଗମୋତ୍ତି କନଷ୍ଟ୍ରକ୍ସନ ଠିକା ଶ୍ରମିକ ବୋଲି ଜଣାପଡ଼ିଛି। ପାଇପ ଲାଇନ୍ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଉପରୁ ଲୁହା ପ୍ଲେଟ୍ ଖସି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଇନ୍ଚାର୍ଜ ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.