ଟାଟା ଏସି ଧକ୍କାରେ ମହୁଲ ଗୋଟାଳି ମୃତ, ଡ୍ରାଇଭର ଗୁରୁତର

ବୌଦ୍ଧ ରାସ୍ତାର କଦଳୀଗଡ଼ ସାହୁପଡ଼ା ନିକଟରେ ଟାଟା ଏସି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ କଦଳୀଗଡ ଗାଁର ହାଡୁ ନାଏକ ବୋଲି ଜଣାପଡ଼ିଛି।

ରେଢ଼ାଖୋଲ( କେନ୍ୟୁଜ): ବୌଦ୍ଧ ରାସ୍ତାର କଦଳୀଗଡ଼ ସାହୁପଡ଼ା ନିକଟରେ ଟାଟା ଏସି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ କଦଳୀଗଡ ଗାଁର ହାଡୁ ନାଏକ ବୋଲି ଜଣାପଡ଼ିଛି।

ହାଡୁ ରାସ୍ତାରେ ଚାଲି ଚାଲି ମହୁଲ ଗୋଟାଇବାକୁ ଯାଉଥିବା ବେଳେ ପଛପଟୁ ତାଙ୍କୁ ଟାଟା ଏସି ଧକ୍କା ଦେଇଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛି। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ତଦନ୍ତ କରୁଛି।

 

Leave A Reply

Your email address will not be published.