Below header

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ରାସ୍ତ ମଝିକୁ ଚାଲିଆସିଲା ନୀଳଗାଈ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡାଙ୍କ କାର ଶନିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତାଙ୍କ ଗାଡ଼ିର ସାମ୍ନା ପଟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡାଙ୍କ କାର ଶନିବାର ହିସାରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତାଙ୍କ ଗାଡିର ସାମ୍ନା ପଟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। କାରର ଏୟାରବ୍ୟାଗ ମଧ୍ୟ ଖୋଲିଯାଇଥିବା ଦେଖିବାକୁ ମିଳିଛି।

ଖବରରୁ ଜଣାପଡ଼ିଛି ଯେ ରାସ୍ତା ମଝିକୁ ହଠାତ୍‌ ଏକ ନୀଳଗାଈ ପଶିଆସିବାରୁ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ଚାଳକ ନୀଳଗାଈକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଏହାସତ୍ତ୍ୱେ ନୀଳଗାଈ ଗାଡ଼ି ସହିତ ଧକ୍କା ହୋଇଥିଲା। ଫଳରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଦୁର୍ଘଟଣା ସମୟରେ ଗାଡ଼ିର ଏୟାରବ୍ୟାଗ୍‌ ଖୋଲି ଯାଇଥିଲା।

ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଭୂପିନ୍ଦର ସିଂ ହୁଡା ଗାଡିର ଆଗ ସିଟରେ ବସିଥିଲେ। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଗାଡ଼ି ଯୋଗେ ନିକଟସ୍ଥ ଘିରାୟେ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହି ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି।

କହି ରଖୁଛୁ, ଭୂପିନ୍ଦର ସିଂ ହୁଡାଙ୍କ ସହ ପୂର୍ବତନ ମନ୍ତ୍ରୀ ଜୟପ୍ରକାଶ, ବିରେନ୍ଦ୍ର ସିଂ, ଧରମବୀର ଗୋୟତ, ନରେଶ ସେଲୱାଲ ମଧ୍ୟ କାରରେ ଥିଲେ। ତେବେ ଏଥିରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.