Below header

ଅଟୋ ଦୁର୍ଘଟଣା ହେଲା କାଳ, ମାଟ୍ରିକ ପରୀକ୍ଷା ଦେଇ ପାରିଲେନି ଜଣେ ଛାତ୍ରୀ

ଜୟପୁର(କେନ୍ୟୁଜ୍):  ମାଟ୍ରିକ ପରୀକ୍ଷାରେ ଅଟୋ ଦୁର୍ଘଟଣା ହେଲା କାଳ । ପରୀକ୍ଷା ଦେଇ ପାରିଲେନି ଛାତ୍ରୀ । ଜୟପୁର କୁନ୍ଦୁରାରେ ଅଟୋ ଓଲଟି ୮ଛାତ୍ରୀ ଆହତ । ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଆଉ ୭ଜଣ ପ୍ରାଥମିକ ଚିକିତ୍ସା ପରେ ଫେରିଛନ୍ତି । ମାଟ୍ରିକ ପରୀକ୍ଷା ଦେବା ପାଇଁ କେରେମେତିରୁ କାଉଡ଼ିଆଗୁଡ଼ା ଆଶ୍ରମ ସ୍କୁଲକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ହରାଇଥିଲା ଅଟୋଟି । ଗୁରୁତର ଆହତ ଯୋଗୁଁ ଜଣେ ଛାତ୍ରୀ ଆଜି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.