କିଏ ହେବେ ପିସିସି ନୂଆ ମୁଖିଆ ଚାଲିଛି ଅଙ୍କକଷା, କଂଗ୍ରେସ ନେତାଙ୍କ ଦିଲ୍ଲୀ ଦୌଡ଼

କେନ୍ୟୁଜ୍(ବ୍ୟୁରୋ):କିଏ ହେବେ ପିସିସିର ନୂଆ ମୁଖିଆ ତାକୁ ନେଇ ଚାଲିଛି ଅଙ୍କକଷା। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏବେ ଦିଲ୍ଲୀରେ କିଛି କଂଗ୍ରେସ ବିଧାୟକ ଡେରା ପକାଇଥିବା ଚର୍ଚ୍ଚା ଜୋର ଧରିଛି । ହାଇକମାଣ୍ଡଙ୍କୁ ଭେଟି ଲବି କରିବା ପାଇଁ ବିଧାୟକମାନେ ଦିଲ୍ଲୀ ଯାଇଥିବା କୁହାଯାଉଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜ୍ୟ ପ୍ରଭାରୀଙ୍କର ପିସିସି ଚୟନ କରିବାର କ୍ଷମତା ନାହିଁ ।

ସେ କେବଳ ହାଇକମାଣ୍ଡଙ୍କୁ ନାଁ ସୁପାରିଶ କରିପାରିବେ । ଏବେ ୧୩ ଜଣ ଆଶାୟୀ ଅଛନ୍ତି । ସେଥିପାଇଁ ନେତା ଓ କର୍ମୀଙ୍କ ଦିଲ୍ଲୀ ଦୌଡ଼ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ହାଇକମାଣ୍ଡଙ୍କୁ କେହି ଭେଟିବା ମନା ନାହିଁ । ପିସିସି ପରିବର୍ତ୍ତନ ନେଇ ଖୁସି । କିନ୍ତୁ ଯେପର୍ଯ୍ୟନ୍ତ ଦଳରେ ନେତାମାନେ ଶୁଙ୍ଖଳ ରକ୍ଷା ନ କରିଛନ୍ତି ସେର୍ଯ୍ୟନ୍ତ କଂଗ୍ରେସ ମଜଭୁତ ହେବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.