ଘଟଗାଁ କୁମୁଟିଆ ନାଳ ନିକଟରେ ବାଇକକୁ ଧକ୍କା ଦେଲା ବାଇକ୍: ଜଣେ ମୃତ୍ୟୁ, ଜଣେ ଗୁରୁତର

ଘଟଗାଁ(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ନାକଝରୀ ଗ୍ରାମ ନିକଟସ୍ଥ କୁମୁଟିଆ ନାଳ ନିକଟରେ ବାଇକକୁ ଧକ୍କା ଦେଲା ଆଉ ଏକ ବାଇକ।  ଯାହାଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ତେବେ ମୃତ ଯୁବକ ସୁନାରୀପସି ଗ୍ରାମର ତୁଣା ମୁଣ୍ଡା ହୋଇଥିବା ବେଳେ, ଗୁରୁତର ମହିଳା ନୁସୁରିପସି ଗ୍ରାମର ମିନା ଦେହୁରୀ ବୋଲି ଜଣାପଡିଛି। ଗୁରୁତର ମହିଳାଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.