Below header

ବିଂଝାରପୁରରେ ବାଣ ବିସ୍ଫୋରଣ, ଜଣେ ମୃତ

ଯାଜପୁର ବିଂଝାରପୁରରେ ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ଜଣେ ମୃତ । ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ବାଣ ଭିଡ଼ୁଥିବାବେଳେ ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି ।

ଯାଜପୁରଟାଉନ(କେନ୍ୟୁଜ) : ଯାଜପୁର ବିଂଝାରପୁରରେ ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ଜଣେ ମୃତ । ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ବାଣ ଭିଡ଼ୁଥିବାବେଳେ ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ କାଳନ୍ଦି ମଳିକ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ପରିବାର ପକ୍ଷରୁ ବାଣ ବିସ୍ପୋରଣକୁ ଖଣ୍ଡନ କରାଯାଇଛି । ହେଲେ ୧୦୮ କର୍ମଚାରୀ ଘଟଣା ସ୍ଥଳରୁ ଗୁରୁତରକୁ ଆଣିବା ବେଳେ ଏହା ବାଣ ବିସ୍ପୋରଣ ବୋଲି ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କହିଛନ୍ତି, ଯୁବତୀ ଜଣକ ୬୦ ପ୍ରତିଶତ ପୋଡ଼ି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.