ଧାମରା ଆଦାନୀ ପୋର୍ଟରେ ଅଘଟଣ,  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ୩ ଗୁରୁତର

ଭଦ୍ରକ(କେନ୍ୟୁଜ୍): ଧାମରା ଆଦାନୀ ପୋର୍ଟରେ ଅଘଟଣ। କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ଓ ୩ ଗୁରୁତର।  ଗୁରୁତରମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି। ସୂଚନା ମୁତାବକ ଆଦାନୀ ପୋର୍ଟରେ ଥିବା ସାରକାରଖାନାରେ ଏହି ୪ ଜଣ ଶ୍ରମିକ ଭାବେ କାମ କରୁଥିଲେ।  ଯେଉଁ  ସ୍ଥାନରେ ଏମାନେ କାମ କରୁଥିଲେ ସେଠାରେ ବିଦ୍ୟୁତ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ରାଜାରାମ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟ ୩ଜଣ ଗୁରୁତର ହୋଇପଡିଥିଲେ। ମୃତ୍ୟୁ ବରଣ କରିଥିବା ଶ୍ରମିକ ବିହାରର ବୋଲି ଜଣା ପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.