ଗଞ୍ଜାମ: ସାମାନ୍ୟ କଥା କଟାକଟିରୁ ଫୁଟିଲା ଗୁଳି, ଚାଲିଗଲା ଜଣକ ଜୀବନ

ଭଞ୍ଜନଗର(କେନ୍ୟୁଜ୍): ସାମାନ୍ୟ କଥା କଟାକଟିରୁ ଗୁଳିମାଡ଼ରେ ଜଣେ ମୃତ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରାମ୍ପୁଡି ଗାଁରେ ଘଟିଛି ଏଭଳି ଘଟଣା । ଗୁଳିମାଡ଼ରେ କାର୍ତ୍ତିକ ଶବର ନାମଜ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହି ଗ୍ରାମର ଜଣେ ସଂପର୍କୀୟ ଏକ ଦେଶୀ ବନ୍ଧୁକରେ ଗୁଳିମାଡ଼ କରିବାରୁ ଘଟଣା ସ୍ଥଳରେ ହିଁ କାର୍ତ୍ତିକ ଶବରଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ପରେ ଅଭିଯୁକ୍ତ ଜଣକ ବନ୍ଧୁକ ସହ ଫେରାର ହୋଇଯାଇଥିବା ବେଳେ  ପୋଲସରା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତ ଜଣକ ନିକଟସ୍ଥ ଜଙ୍ଗଲରେ ଆତ୍ମଗୋପନ କରିଥିବା ସୂଚନା ପାଇ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.