ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କ ସନ୍ତାନକୁ ଫିଲ୍ମରେ ଲଞ୍ଚ୍‌ କରିବେ ସଲମାନ ଖାନ; ତାଙ୍କ ଫାର୍ମହାଉସରେ ହିଁ ହେବ ବେବି ସାୱାର

ସଲମାନ ଖାନଙ୍କ ପନଭେଲ ଫାର୍ମହାଉସରେ ଭାରତୀ ସିଂଙ୍କ ବେବି ସାୱାର ଅନୁଷ୍ଠିତ ହେବ। ଏହି କଥା ଖୋଦ୍‌ ସଲମାନ ଖାନ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲରେ କହିଛନ୍ତି। ଏଥି ସହିତ ସଲମାନ ଭାରତୀ ସିଂଙ୍କୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ସେ ତାଙ୍କ ଭବିଷ୍ୟତର ସନ୍ତାନକୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲଞ୍ଚ କରିବେ। ବିଗ୍ ବସ୍‌ରେ ସ୍ୱତନ୍ତ୍ର ଅତିଥି ଭାବରେ ଆସିଥିବା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଏବେଠାରୁ ନିଜ ସନ୍ତାନର ଭବିଷ୍ୟତକୁ ସୁରକ୍ଷିତ କରି ନେଇଛନ୍ତି। ଅର୍ଥାତ୍ ଏଥର ଭାରତୀ ଶୋ’କୁ ଆସିବା ତାଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି।

ହର୍ଷ ଓ ଭାରତୀ ନିଜ ସନ୍ତାନର ଖୁସି ଖବର ସଲମାନଙ୍କୁ ଶୁଣାଇଥିଲେ, ଯାହା ପରେ ସଲମାନ ଏହି ଯୋଡିଙ୍କୁ ଶୁଭକାମନା ଜଣାଇଥିଲେ। ଏହାପରେ ଭାରତୀ କହିଥିଲେ ଯେ ‘ହଁ, ସାର୍, ଆମକୁ ଆପଣଙ୍କ ଶୁଭକାମନା ହିଁ ଦରକାର। ଏଥି ସହିତ ଆମକୁ ଆପଣଙ୍କ ପନଭେଲ୍ ଫାର୍ମହାଉସ୍ ମଧ୍ୟ ଦରକାର, ମୋ ବେବି ସାୱାର ପାଇଁ’। ସଲମାନ ଭାରତୀଙ୍କ ଏହି ଅନୁରୋଧକୁ ଯେତେବେଳେ ଗ୍ରହଣ କରି ନେଲେ, ସେତେବେଳେ ଭାରତୀ ସଲମାନଙ୍କ ସାମ୍ନାରେ ଆଉ ଏକ ଅନୁରୋଧ କରିବା ଆରମ୍ଭ କରି ଦେଲେ।

ଭାରତୀ କହିଥିଲେ, ‘ଆମେ କରଣ ଜୋହରଙ୍କୁ ପଚାରିଲୁ କି, ଆପଣ ଆମ ପିଲାକୁ ଲଞ୍ଚ କରିବେ? ତ ସେ ସ୍ପଷ୍ଟ ଭାବରେ ମନା କରି ଦେଇଥିଲେ। କ’ଣ ଆପଣ ଆମ ପିଲାକୁ ଲଞ୍ଚ କରିବେ’? ଭାରତୀ ସିଂଙ୍କର ଏହି କଥାଗୁଡ଼ିକୁ ମଧ୍ୟ ସଲମାନ ହସି ହସି ସ୍ୱୀକାର କରିଥିଲେ। ଆଉ କହିଥିଲେ କି, ‘ହଁ ନିଶ୍ଚିତ, ମୁଁ ହିଁ ଆପଣଙ୍କ ପିଲାକୁ ଲଞ୍ଚ କରିବି’।

କହି ରଖୁଛୁ ଯେ ଭାରତୀ ଓ ହର୍ଷ ଦୁହେଁ ଖୁବ୍‌ଶୀଘ୍ର ମାଆ, ବାପା ହେବାକୁ ଯାଉଛନ୍ତି। ୨୦୨୨ରେ ହିଁ ତାଙ୍କ ଘରକୁ ନୂଆ ଅତିଥି ଆସିବ। ଭାରତୀ ଏହି ଖବର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି। ତେବେ ଏକ ସାକ୍ଷାତକାରରେ ଉଭୟଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାରତୀ ଗର୍ଭବତୀ ଥିବା ଖବରକୁ ନେଇ ନିଶ୍ଚିତ କରିଥିଲେ। ବର୍ତ୍ତମାନ ସେ ଅଧିକ ବାହାରକୁ ଯାଉ ନାହାନ୍ତି ଏବଂ କପିଲ ଶର୍ମାଙ୍କ ଶୋ’ରୁ ମଧ୍ୟ ଭାରତୀ କିଛିଦିନ ପାଇଁ ବିରତି ନେଇଛନ୍ତି। ଭାରତୀଙ୍କୁ ସବୁବେଳେ ତାଙ୍କ ଫ୍ୟାନମାନେ ଏମିତି ଖବର ପଚାରି ଥାଆନ୍ତି। କିନ୍ତୁ ସେ ସବୁବେଳେ ମା’ ହେବାକୁ ନେଇ ନିଜକୁ ପରିହାସ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.