କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ଉନ୍ନୟନ କମିସନରଙ୍କ ଦ୍ବାରସ୍ଥ ହେଲା ଓଡିଶା ଅର୍ଥନୀତି ପରିସଂଖ୍ୟାନ ସଂଘ
![tudu](https://knewsodisha.com/wp-content/uploads/2022/01/tudu-2.jpg)
ଭୁବନେଶ୍ବର(କେନ୍ୟୁଜ୍):କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ଵରକୁ ଶାଣିତ କଲା ଓଡିଶା ଅର୍ଥନୀତି ପରିସଂଖ୍ୟାନ ସଂଘ। ବିଶ୍ଵେଶ୍ଵର ଟୁଡୁଙ୍କ ଏପରି କାର୍ଯ୍ୟକୁ ସଂଘ ନିନ୍ଦା କରିବା ସହ ଉନ୍ନୟନ କମିସନରଙ୍କ ପାଖରେ ଫେରାଦ ହେଲା ସଂଘ। ପ୍ରାୟ ଅଧା ଘଣ୍ଟା ଧରି ଉନ୍ନୟନ କମିସନର ବୈଠକ ନେଇଥିଲେ। ବୈଠକରେ ଓଡିଶା ଅର୍ଥନୀତି ପରିସଂଖ୍ୟାନ ସଂଘ ଓ ଯୋଜନା ସଂଘର ସଭାପତି ଓ ସମ୍ପାଦକ ସାମିଲ ହେଇଥିଲେ।
ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଆଜିଠାରୁ କଳା ବ୍ୟାଚ୍ ପରିଧାନ କରିଥିବା ବେଳେ ଯଦି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା କାଲିଠାରୁ ଉକ୍ତ ସଂଘର ସମସ୍ତ କର୍ମଚାରୀ କଳା ବ୍ୟାଚ୍ ପରିଧାନ କରିବେ। ଏନେଇ ସଂଘ ପକ୍ଷରୁ pmoଙ୍କୁ ଟୁଇଟ ମାଧ୍ୟମରେ ଅବଗତ କରାଯାଇଛି।